ସିଜେଆଇଙ୍କ ଅସନ୍ତୋଷ ପରେ ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କଲା ସିବିଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ଅସନ୍ତୋଷ ବ୍ୟକ୍ତ ପରେ ଚେତିଲା ସିବିଆଇ। ଶୁକ୍ରବାର ଦିନ ଧନବାଗ ଜଜ୍ ମୃତ୍ୟୁ ମାମଲାର ଶୁଣାଣି ସମୟରେ ସିଜେଆଇ କହିଥିଲେ ଯେ, ‘କିଛି ମାମଲାରେ ଗ୍ୟାଙ୍ଗଷ୍ଟର ଏବଂ ହାଇ ପ୍ରୋଫାଇଲ୍ ଅଭିଯୁକ୍ତ ଜଡିତ ରହିଛନ୍ତି। ସେମାନେ ବିଚାରପତିଙ୍କୁ ଶାରୀରିକ ତଥା ମାନସିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଲୋକଙ୍କୁ ସୁହାଇଲା ଭଳି ନ୍ୟାୟ ନମିଳୁଛି ତାହେଲେ ବିଚାରପତିଙ୍କୁ ବଦନାମ କରିବା ପାଇଁ ନୂଆ ଧାରା ସୃଷ୍ଟି ହୋଇଛି। ଏଥିପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରାଯାଉଛି। କିନ୍ତୁ ସିବିଆଇ ଏବଂ ଆଇବିକୁ ଅଭିଯୋଗ ପରେ ମଧ୍ୟ ସେମାନେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସିଜେଆଇଙ୍କ ଏଭଳି କଡା ଟିପ୍ପଣୀ ପରେ ଏବେ ସିବିଆଇ ଆକ୍ସନ ମୋଡକୁ ଆସିଛି।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ।
ଏନଡିଟିଭି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ ଦୁଇ ବର୍ଷ ତଳର। ସେତେବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତିନି ଜଣଙ୍କୁ ଗିରଫ କରିଥିଲା। ଏବେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏବେ ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନିକଟରେ କୁଏତରୁ ଫେରିଥିଲେ।

CJI କ’ଣ କହିଥିଲେ ?

ଝାଡ଼ଖଣ୍ଡ ଧାନବାଦ ଜଜ୍ ମୃତ୍ୟୁ ମାମଲାର ଶୁଣାଣି କରିବେ ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା କହିଥିଲେ, ସିବିଆଇ, ଗୁଇନ୍ଦା ଅଧିକାରୀ (ଆଇବି) ତଦନ୍ତରେ ନ୍ୟାୟପାଳିକାକୁ ସହଯୋଗ କରୁନାହାନ୍ତି। ବିଚାରପତି ତଦନ୍ତ ପାଇଁ ସୁପାରିଶ କରିବା ପରେ ବି ଜବାବ ମିଳୁନି। ତେଣୁ ଏବାବଦରେ ସବିଶେଷ କାରଣ ଜଣାଇବା ପାଇଁ ବିଚାରପତି ସିବିଆଇକୁ ସମନ କରିଥିଲେ। ସୋମବାର ସିବିଆଇ କୋର୍ଟରେ ଏହି ପ୍ରସଙ୍ଗର ଉତ୍ତର ରଖିବ। ଏହା ପୂର୍ବରୁ ଦୁଇ ଜଣଙ୍କୁ ସିବିଆଇ ଗିରଫ କରିଛି।

Related Posts