ରାଫେଲ୍‌ : PACର ପେଞ୍ଚରେ ଫସିଲା ମୋଦି ସରକାର, ଭୁଲ ସୁଧାରିବାକୁ ସୁପ୍ରିମକୋର୍ଟରେ ଗୁହାରି

ରାଫେଲ୍‌ ଡିଲ୍‌ରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ରାଜନୈତିକ ପାରା ଚଢ଼ିଯାଇଛି । ଗୋଟିଏ ପଟେ ଯେଉଁଠି କେନ୍ଦ୍ର ସରକାର କୋର୍ଟଙ୍କ ଆଦେଶରେ ହୋଇଥିବା ତଥ୍ୟାତ୍ମକ ଭୁଲ ସୁଧାରିବାକୁ ଗୁହାରି କରିଛନ୍ତି, ଅନ୍ୟପଟେ କଂଗ୍ରେସ, ସରକାର ଉପରେ ଅଦାଲତକୁ ଭୁଆଁ ବୁଲାଇବାର ଅଭିଯୋଗ କରିଛି ।

ଫ୍ରାନ୍ସ ସହ ହୋଇଥିବା ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ଘମାସାନ ଶେଷ ହେବାର ନାଁ ନେଉନାହିଁ । ନ୍ୟାୟାଳୟଙ୍କ ଅନୁଧ୍ୟାନରେ ମାମଲାର ତଦନ୍ତ କରିବାକୁ ହୋଇଥିବା ସବୁ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଦ୍ବାରା ରଦ୍ଦ କରାଯିବାକୁ କେନ୍ଦ୍ରର ମୋଦି ସରକାର କ୍ଲିନ୍‌ ଚିଟ୍‌ ଭାବେ ଗ୍ରହଣ କରିଛି ।

ସେପଟେ ବିରୋଧୀ ଦଳ କଂଗ୍ରେସ, କୋର୍ଟଙ୍କ ଆଦେଶରେ ଦେଶର ନିୟନ୍ତ୍ରକ ଏବଂ ମହାଲେଖାପରୀକ୍ଷକ (C&AG) ଏବଂ ଲୋକ ସେଖା ସମିତି (PAC) ଆଗରେ ରାଫେଲ୍‌ ସମ୍ପର୍କିତ ରିପୋର୍ଟ ବାବଦରେ ଉଲ୍ଲେଖ କରିବାକୁ ଅସ୍ତ୍ର କରି କେନ୍ଦ୍ର ଉପରେ ଅଦାଲତକୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛି ।

ଭୁଲ ସୁଧାରିବାକୁ ସୁପ୍ରିମକୋର୍ଟରେ କେନ୍ଦ୍ରର ଗୁହାରି

ଶନିବାର କେନ୍ଦ୍ର ସରକାର ଯୁଦ୍ଧ ବିମାନ ଡିଲ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ରାୟରେ ଥିବା ସେହି ପାରାଗ୍ରାଫ୍‌ରେ ସଂଶୋଧନ ପାଇଁ ଆବେଦନ କରାଯାଇଛି, ଯେଉଁଥିରେ ସିଏଜି ଓ ସଂସଦର ପିଏସି ବାବଦରେ ଉଲ୍ଲେଖ ଅଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ପକ୍ଷରୁ ରଖାଯାଇଥିବା ସ୍ପଷ୍ଟୀକରଣର ଭିନ୍ନ ଭିନ୍ନ ବ୍ୟାଖ୍ୟା କାରଣରୁ ବିବାଦ ସୃଷ୍ଟି ହୋଇଛି ।

ପିଏସି ସାମ୍ନାକୁ ଆସିନାହିଁ ସିଏଜି ରିପୋର୍ଟ

ଗୁରୁତ୍ବପୂର୍ଣ୍ଣ କଥା ହେଲା ସୁପ୍ରିମକୋର୍ଟଙ୍କ ଆଦେଶର ପାରା 25ରେ ଉଲ୍ଲେଖ କରାଯାଇଛି ଯେ ରାଫେଲ୍‌ ମୂଲ୍ୟ ସମ୍ପର୍କିତ ସୂଚନା ସିଏଜିଙ୍କୁ ଦିଆଯାଇଛି, ଯାହାର ରିପୋର୍ଟ ସଂସଦର ପିଏସି ପାଖରେ ଅଛି । ଏ ବାବଦରେ କୁହାଗଲା ଯେ ରିପୋର୍ଟର ସଂପାଦିତ ଅଂଶ ସଂସଦ ଆଗରେ ରଖାଗଲା ଏବଂ ଏହା ସାର୍ବଜୈନିକ ଅଛି ।

କୋର୍ଟଙ୍କ ରାୟର ଏହି ଅଂଶକୁ ଅସ୍ତ୍ର କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପିଏସି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଉପରେ ଆକ୍ରମଣ କରି କହିଲା ଯେ ସମିତିର ଚେୟାରମ୍ୟାନ୍‌ ଖଡ଼୍‌ଗେ ନିଜେ କହୁଛନ୍ତି ଯେ ପିଏସି ସାମ୍ନାରେ କୌଣସି ରିପୋର୍ଟ ଉପସ୍ଥାପନ କରାଯାଇନାହିଁ ।

Related Posts