ଚାନ୍ଦିପୁର ଡିଆରଡିଓର ଗିରଫ ୪ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବାଲେଶ୍ଵର ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ୪ଜଣ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI କୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ଗତକାଲି ପୋଲିସ ସେମାନଙ୍କୁ ଗିରଫ କରିଥିଲା।  

ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା। ଗତ କାଲି ପ୍ରଥମେ ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ପରେ ଗିରଫ କରିଥିଲା। ଏହା ପରେ ଆଜି ସେମାନଙ୍କୁ ବାଲେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି।

ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ବାଲେଶ୍ବର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍‌.କେ ମୁସାଫିର, ବାଲେଶ୍ବର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ । ଏମାନେ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାମ କରୁଥିଲେ।

ଏହି ଅଭିଯୁକ୍ତମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଏବେ ହନି ଟ୍ରାପ୍ ଲିଙ୍କ୍ ସାମ୍ନାକୁ ଆସିଛି । ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । 

Related Posts