ନିଜକୁ ଜଣେ ପୁଲିସ ଅଧିକାରୀର ପରିଚୟ ଦେଇ ହୋଟେଲରେ ଚୂନକାଳୀ ବୋଳୁଥିଲା ସାଇବର ଠକ: ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ

ଭୁବନେଶ୍ବର: ପୋଲିସ ହାତରେ ଲାଗିଲା ଆଉ ଜଣେ ସାଇବର ଠକ | ନିଜକୁ ଜଣେ ପୋଲିସ ଅଧିକାରୀ କହି ବିଭିନ୍ନ ତାରକା ହୋଟେଲରେ ମଉଜମସ୍ତି କରୁଥିଲା | ମାତ୍ର ବିଲ୍‌ ଦେବା ବେଳକୁ ଅନ୍‌ଲାଇନ୍‌ ପେମେଣ୍ଟ ଆଳରେ ହୋଟେଲକୁ ଚୂନ ଲଗାଉଥିଲା। ଏଭଳି ଜଣେ ସାଇବର ଠକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ସ୍ଥାନୀୟ ଏକ ତାରକା ହୋଟେଲରୁ ଗିରଫ କରିଛି। ଠକ ଜଣକ ଆନ୍ଧ୍ରପ୍ରଦେଶ ୱାଲଟିୟରର ବୋରୋଦା ସୁଧୀର (୨୨)।

ସୂଚନା ମୁତାବକ, ବୋରୋଦା ଭୁବନେଶ୍ବର ଆସି ପୁଲିସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ତାରକା ହୋଟେଲରେ ରହୁଥିଲା। ଅର୍ଥ ଦେବାବେଳେ ଅନ୍‌ଲାଇନ୍ ପେମେଣ୍ଟ୍ ଆଳରେ ସେ ସମ୍ପୃକ୍ତ ହୋଟେଲକୁ ଠକୁଥିଲା। ସେ ଯେଉଁ ଅର୍ଥ ଅନ୍‌ଲାଇନ୍ ଜରିଆରେ ଦେଉଥିଲା ତାହା ହୋଟେଲ ଆକାଉଣ୍ଟକୁ ଚାଲିଯାଉଥିବା ଦେଖାଉଥିଲା। ମାତ୍ର ଉକ୍ତ ଟଙ୍କା ହୋଟେଲ ଆକାଉଣ୍ଟକୁ ଆସୁନଥିଲା। ସେ ଗତ ୧୦ ଦିନ ମଧ୍ୟରେ ପୃଥକ ପୃଥକ ହୋଟେଲରେ ରହି ଠକେଇ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଗତକାଲି ଜନତା ମଇଦାନ ନିକଟସ୍ଥ ଏକ ତାରକା ହୋଟେଲରେ ଅନ୍‌ଲାଇନ୍ ପେମେଣ୍ଟ ବେଳେ ଠକୁଥିବା ସମୟରେ ଧରାପଡ଼ିଥିଲା। ଏନେଇ ହୋଟେଲ ପକ୍ଷରୁ ପୁଲିସକୁ ସୂଚନା ଦେବା ପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ପରେ ଘଟଣା ସମ୍ପର୍କ ରେ ସବୁ ଜାଣିବାକୁ ପାଇଥିଲା |

Related Posts