କରୋନାରେ ଚାଲିଗଲେ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ । ଆଧ୍ୟାତ୍ମିକତା ଓ ଜଗନ୍ନାଥ ସଂସ୍କୃତି ଉପରେ ଅଗାଢ ଜ୍ଞାନ ରଖିଥିବା ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ଦେହାନ୍ତ ଘଟିଛି । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫୁସଫୁସ୍ ସଂକ୍ରମଣ ହେବାରୁ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ଜଗନ୍ନାଥ ସଂସ୍କୃତିର ଜଣେ ବିଶାରଦ ଭାବେ ଓଡ଼ିଶାର ଘରେ ଘରେ ଚରଣ ରାମଦାସ ପରିଚିତ ଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପ୍ରବଚନ ଦେଇ ସେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

Related Posts