ରାଜ୍ୟରେ ବିଜେପିର ଅଡୁଆ ବଢିଲା! ବିଜେପି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଶିଶୁ ଅଧିକାର ସୁରକ୍ଷା କମିଶନ

sameer mohanty '

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ବିଜେପିକୁ ମିଳିଛି ଏକ ଶକ୍ତ ଝଟକା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତେବେ ଖୋର୍ଦ୍ଧା ଠାରେ ପିଲାମାନଙ୍କୁ ବିଜେପି ପତକା ଧରି ଠିଆ କରାଇବା ଅଭିଯୋଗରେ ଏପରି ନୋଟିସ ମିଳିଥିବାର ସୂଚନା ମିଳିଛି । ଏନେଇ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗତକାଲି ଏହି ନୋଟିସ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ଜାରି କରିଥିଲେ । ଏହା ସହ ୨୬ ତାରିଖ ମଧ୍ୟରେ ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ପକ୍ଷ ରଖିବାକୁ କହିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫଟୋଚିତ୍ର ଆଧାରରେ କମିଶନ ଅଧ୍ୟକ୍ଷା ଏହି ନୋଟିସ୍ ଜାରି କରିଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୧୨ତାରିଖରେ ଖୋର୍ଦ୍ଧାଠାରେ ଏକ କାର‌୍ୟ୍ୟକ୍ରମରେ ବିଜେପି ପତାକା ଧରି ପିଲାମାନେ ଖରାରେ ଛିଡ଼ା ହୋଇଥିବା ଓ ପିଲାମାନଙ୍କୁ ର‌୍ୟାଲିରେ ନିଆଯାଇଥିବାରୁ ତାହା ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେଥିପାଇଁ ବିଜେପି ରାଜ୍ୟ ସଭାପତିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇ ଜବାବ ରଖିବାକୁ କୁହାଯାଇଛି। କେବଳ ଏତିକି ନୁହେଁ ବରଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଉକ୍ତ ଘଟଣାରେ କମିଶନ ପକ୍ଷଭୁକ୍ତ କରିଛନ୍ତି।

Related Posts