କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଗେହଲଟ ଓ ଥରୁରଙ୍କ ପରେ ରେସ୍ ରେ ସାମିଲ ହେଲେ ମନୀଷ ତିୱାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ତେବେ ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ କିଏ କିଏ ଲଢିବେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଅଧ୍ୟକ୍ଷ ପଦ ପାଇଁ ଦାବିଦାରଙ୍କ ସଂଖ୍ୟା ବଢୁଥିବାବେଳେ, ଏହି ରେସରେ ଏବେ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ, ଶଶି ଥରୁରଙ୍କ ସହିତ ମନୀଷ ତିୱାରୀଙ୍କ ନାଁ ମଧ୍ୟ ଯୋଡି ହେଇଛି । କୁହାଯାଉଛି ଯେ, ଆଗାମୀ ଦିନରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିପାରନ୍ତି କଂଗ୍ରେସ ସାଂସଦ ମନୀଷ ତିୱାରୀ ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନୀଷ ତିୱାରୀ ମଧ୍ୟ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିପାରନ୍ତି । ସେପ୍ଟେମ୍ବର ୨୪ ତାରିଖ ରାତିରେ ସେ ଦିଲ୍ଲୀରେ ପହଞ୍ଚିବା ସହିତ ସେଠାରେ ନିଜର ସମର୍ଥକଙ୍କ ସହିତ ଆଲୋଚନା କରିବେ । ଏହାପରେ ସେ ନିର୍ବାଚନ ଲଢିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ତେବେ ଜାଣିରଖିବା ଉଚିତ୍ ଯେ, ମନୀଷ ତିୱାରୀ ଏହା ପୂର୍ବରୁ ୫ ବର୍ଷ ପର୍ଯ୍ୟନ୍ତ ଏନଏସୟୁଆଇ ଓ ୨ ବର୍ଷ ପର୍ଯ୍ୟନ୍ତ ଯୁବ କଂଗ୍ରେସର ଅଧ୍ୟକ୍ଷ ରହିସାରିଛନ୍ତି । ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାର୍ଚନ ପାଇଁ କେଉଁ କେଉଁ ନେତା ନାମାଙ୍କନ ଦାଖଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts