ଧାମନଗର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର ତା ୪.୧୦- ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତ ରହିଛନ୍ତି । ଉକ୍ତ କମିଟି ଖୁବ୍‌ଶୀଘ୍ର ଧାମନଗର ଗସ୍ତ କରି ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସହ ସାକ୍ଷାତ ଆଲୋଚନା କରି ବିଜୟୀ ସମ୍ଭାବନା ଥିବା ପ୍ରାର୍ଥିଙ୍କ ନାମ ଆସନ୍ତା ୮ ତାରିଖ ସୁଦ୍ଧା ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Related Posts