କଂଗ୍ରେସର ଅଭିନବ ପ୍ରତିବାଦ, ସିଏମସି କମିଶନରଙ୍କୁ ଶୌଚାଳୟ କବାଟ ସହ ୫୦୦ ଟଙ୍କା ମଜୁରୀ ଦେଲେ ମାନସ ଚୌଧୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ମହାନଗର ନିଗମର କମିଶନରଙ୍କୁ ଏକ ଶୌଚାଳୟ କବାଟ ପ୍ରଦାନ କରିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ। ଆଜି ପ୍ରତିବାଦ କରିବାକୁ ଯାଇ ଏଭଳି ଏକ ନିଆରା ବାଟ ଆପଣେଇଛନ୍ତି ମାନସ। ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ସିଏମସିର କାଉନସିଲ ବୈଠକ ବସିଥିଲା। ଏହି ବୈଠକରେ ସିଏମସିର ଶୌଚାଳୟର କବାଟ କାହିଁକି ଲଗାଯାଉନାହିଁ ପ୍ରଶ୍ନର ଉତ୍ତରରେ ଅର୍ଥାଭାବ ଯୋଗୁ ଶୌଚାଳୟର କବାଟ ଲଗେଇ ହେଉନାହିଁ ବୋଲି ମେୟର ସୁବାସ ସିଂହ କହିଥିଲେ ।

ଯାହାକୁ ନେଇ ଆଜି ଏକ ଅଭିନବ ଉପାୟରେ କଂଗ୍ରେସ ନେତା ମାନସ ଚୌଧୁରୀ ଏକ ଶୌଚାଳୟ କବାଟ ଧରି ସିଏମସି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। ଆଉ ସିଏମସି କମିଶନରଙ୍କୁ ଏହି କବାଟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ ବରଂ ଶୌଚାଳୟରେ କବାଟ ଲଗାଇବା ବାବଦକୁ ପାଞ୍ଚ ଶହ ଟଙ୍କା ମଜୁରୀ ପ୍ରଦାନ କରିଥିଲେ। ଯାହାକୁ ନେଇ ପୁରା ତାଜୁବ ହୋଇଯାଇଥିଲେ ସିଏମସି କମିଶନର ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ।

Related Posts