ସରକାରୀ ଭବନ ଗୁଡ଼ିକର ଭଡ଼ା ଦେଉନାହାନ୍ତି କଂଗ୍ରେସ ନେତା; ସୋନିଆ ଗାନ୍ଧୀଙ୍କ ବାସଭବନ ମଧ୍ୟ ସାମିଲ ରହିଛି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସୂଚନା ଅଧିକାର ଅଧୀନରେ ମିଳିଥିବା ତଥ୍ୟରୁ କଂଗ୍ରେସକୁ ନେଇ ଏକ ବଡ଼ ଖୁଲାସା କରାଯାଇଛି। କେନ୍ଦ୍ର ନଗର ଉନ୍ନୟନ ଓ ଗୃହ ମନ୍ତ୍ରଣାଳୟ ଏକ ଆରଟିଆଇ ଆବେଦନର ଜବାବରେ କହିଛି ଯେ ଅନେକ କଂଗ୍ରେସ ନେତା ସରକାରୀ ଭବନ ପାଇଁ ଭଡା ଦେଉନାହାଁନ୍ତି। ଏହି ନେତାଙ୍କ ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନାମ ମଧ୍ୟ ରହିଛି। ଦିଲ୍ଲୀ ମୁଖ୍ୟାଳୟ ଏବଂ ସୋନିଆ ଗାନ୍ଧୀଙ୍କ ବାସଭବନ ପାଇଁ ପାର୍ଟି ଦୀର୍ଘ ସମୟ ଧରି ଭଡା ଦେଇନାହିଁ। ଏପରିକି ଲକ୍ଷ ଲକ୍ଷ ଟଙ୍କା ବାକି ରହିଥିବାର କଥା କୁହାଯାଇଛି । ସେପଟେ ଆରଟିଆଇ କାର୍ଯ୍ୟକର୍ତ୍ତା ସୁଜିତ ପଟେଲଙ୍କ ଆବେଦନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଥିବାର ଦେଖିବାକୁ ମିଳିଛି ।

ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ କଂଗ୍ରେସ ନେତାମାନଙ୍କୁ ଲଜ୍ଜିତ କରିବା ପାଇଁ ବିଜେପି ଚାନ୍ଦା କରି ଭଡ଼ା ଦେବା ପାଇଁ ଏକ ଅଭିଯାନ ଚଲାଇଛି । ବିଜେପି ନେତା ତେଜିନ୍ଦର ପାଲ ସିଂ ବାଗା କହିଛନ୍ତି ଯେ ଯେତେବେଳେ ଭଡା ସହିତ ସମାନ ଦାନ ସଂଗ୍ରହ କରାଯାଏ, ସେତେବେଳେ ବାକି ଥିବା ଭଡ଼ା ମୂଲ୍ୟର ଚାନ୍ଦା ଉଠିବ । ସେତେବେଳେ ତାକୁ ନେଇ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି । ସେପଟେ ଏନେଇ ତେଜେନ୍ଦ୍ର ବାଗଗା ଆଜି ସୋସିଆଲ ମିଡିଆରେ ଏହି ଅଭିଯାନ ଆରମ୍ଭ କରିଛନ୍ତି।

Related Posts