ଯୋଗେଶ ବି ଗଲେ…..

ଭୁବନେଶ୍ୱର- କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଯୋଗେଶ ସିଂହ । ଗତକାଲି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ଆଜି ସେ ନିଜ ଆଡୁ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ବିଧାୟକ ପଦରୁ ବି ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଥିବେ ଜଣାପଡିଛି ।

ସୂଚନାଯୋଗ୍ୟ, ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଏଆଇସିସି ଅନୁମୋଦନ କ୍ରମେ ଗତକାଲି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ନିଳମ୍ବନ କରିଥିଲା କଂଗ୍ରେସ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ଦଳ ବିରୋଧୀ କାର୍ଯ୍ୟ ନୁହେଁ କହି କଂଗ୍ରେସକୁ ପାଠ ପଢ଼ାଇଥିଲେ ଯୋଗେଶ । ଖୁବଶୀଘ୍ର ସେ ବିଜେଡିକୁ ଯାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Related Posts