
ବର୍ଷକର ବ୍ରେକ୍ ପରେ ଛୋଟ ପରଦାକୁ ଫେରିଥିବା କମେଡି କିଙ୍ଗ୍ କପିଲ୍ ଶର୍ମା ପୁଣି ଥରେ ହୋଇଛନ୍ତି ନଂ-1 । କଥା ହେଲା ଅନ୍ଲାଇନ୍ ରେଟିଂ ପଏଣ୍ଟରେ ନଂ ୱାନ୍ ହୋଇଛି ‘ଦି କପିଲ୍ ଶର୍ମା ସୋ’ ।
ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ସୋ’ର ପ୍ରଯୋଜନା କରୁଛନ୍ତି ସଲମାନ୍ ଖାନ୍ । ଚଳିତ ସିଜିନ୍ରେ ମାତ୍ର ମାତ୍ର 4ଟି ଏପିସୋଡ୍ ପ୍ରସାରିତ ହୋଇଛି । କିନ୍ତୁ ଅନ୍ଲାଇନ୍ ଟିଆର୍ପିରେ କପିଲ୍ଙ୍କ ସୋ ନମ୍ବର ୱାନ୍ ହୋଇଛି ।
ବେଶ୍ କିଛି ସପ୍ତାହ ଧରି ଶୀର୍ଷରେ ଥିବା ସିରିଏଲ୍ ‘ନାଗିନ୍ -୩’ ଏହି ସପ୍ତାହରେ ଆସିଥିବା ଟିଆର୍ପିରେ ଦ୍ୱିତୀୟ ସ୍ଥାନକୁ ଖସିଆସିଛି । ସେହିପରି ରେଟିଂରେ ଅନ୍ୟ ଏକ ସୋ’ ଇସ୍କ ବାଜ୍ ବି ତଳକୁ ଖସିଛି । ମିଳିଥିବା ଖବର ଅନୁସାରେ କପିଲ ଶର୍ମାଙ୍କ ସୋ’କୁ ୩୫.୫ ପଏଣ୍ଟ ମିଳିଛି । ‘ନାଗିନ୍-୩’ ସୋ’କୁ ୩୩.୩ ପଏଣ୍ଟ ମିଳିଛି । ଏଥର ଚତୁର୍ଥ ସ୍ଥାନରେ ରହିଛି ଏକତା କପୁରଙ୍କ ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗୀ କୀ-୨’ । ତୃତୀୟ ସ୍ଥାନରେ ରହିଛି ‘ୟେ ଉନ୍ ଦିନୋଁକି ବାତ୍ହେ’।