୫ ରାଜ୍ୟରେ ଶୋଚନୀୟ ପରାସ୍ତ ପରେ ଘର ସଜାଡିବାରେ ଲାଗିଛି କଂଗ୍ରେସ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କଂଗ୍ରେସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ୫ ରାଜ୍ୟରେ ଶୋଚନୀୟ ପରାସ୍ତ ଏହାର ଏକ ବଡ଼ ଉଦାହରଣ । କଂଗ୍ରେସ ନିଜ ସ୍ଥିତି ହରାଇବାକୁ ବସିଥିବା ବେଳେ, ଏବେ ପରଜୟକୁ ନେଇ ଅଣ୍ଟା ସଲଖିବାକୁ ଚେଷ୍ଟା ଆରମ୍ଭ କରିଛି । କେମିତି ରଣନୀତି କରି ବିଜେପିକୁ ପରାସ୍ତ କରିବ ସେନେଇ ପ୍ଲାନ୍ ପ୍ରସ୍ତୁତ କରିଛି । ଏହାମଧ୍ୟରେ ରାଜନୈତିକ ବିଶ୍ଲେଷକ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି । ତେବେ ଦଳ ପକ୍ଷରୁ ଏନେଇ କୌଣସି ବିଦ୍ଧିବଧ ଖବର ଦିଆଯାଇ ନାହିଁ ।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ପ୍ରଶାନ୍ତ କିଶୋର ରାହୁଲ ଓ ପ୍ରିୟଙ୍କାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଗୁରୁବାର ଏହି ଭେଟଘାଟ ହୋଇଥିଲା । ତେବେ ସମସ୍ତେ ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଗୁଜୁରାଟ ନିର୍ବାଚନ ପାଇଁ ଆଲୋଚନା କରିଥିବା କୁହାଯାଉଛି ।

ତେବେ ୨୦୨୦ରେ ମଧ୍ୟ ପ୍ରଶାନ୍ତ କଂଗ୍ରେସ ସହ ଯୋଡି ହେବାକୁ ଚାହୁଁଥିଲେ । ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା । କିନ୍ତୁ ଏହାର ଫାଇଦା ତୃଣମୂଳ କଂଗ୍ରେସ ଉଠାଇଥିଲା । ଏବେ କଂଗ୍ରେସ ପ୍ରଶାନ୍ତଙ୍କ ପୂର୍ବତନ ସହଯୋଗୀ ସୁନିଲ କୁନୁଗୋଲୁଙ୍କ ସହ ମଧ୍ୟ ନିର୍ବାଚନ ପରିଚାଳନା ବାବଦରେ କଥା ହୋଇଛି । ସୁନିଲ ପୂର୍ବରୁ ୨୦୧୪ରେ ବିଜେପି ପାଇଁ କାମ କରିଥିଲେ । ଉଭୟଙ୍କୁ ନେଇ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି ।

ପ୍ରଶାନ୍ତ-ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବାବଦରେ କିଛି କଂଗ୍ରେସ ନେତା କହିଛନ୍ତି ଯେ, ସବୁ ନେତା କିପରି ଗୁରୁତର ସହକାରେ ନେଇ ବିଜେପିକୁ ଚ୍ୟାଲେଞ୍ଜ ଦେବେ ସେନେଇ ଆଗଭର ହେବା ଦରକାର । କର୍ଣ୍ଣାଟକରେ କଂଗ୍ରେସ ଭଲ ସ୍ଥିତିରେ ଥିଲେ ବି ରିସ୍କ ନେବାକୁ ଚାହିଁବ ନାହିଁ । ତେବେ ଦଳ ପ୍ରଶାନ୍ତଙ୍କ ସହ କେଉଁ ରଣନୀତି ଉପରେ ଗୁରୁତ୍ୱପ୍ରକାଶ କରିବ ସେନେଇ କୌଣସି ଚୁଡାନ୍ତ ହୋଇନଥିବା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ କହିଛନ୍ତି । ତେବେ ପ୍ରଶାନ୍ତ ଙ୍କ ରଣନୀତି କଂଗ୍ରେସ ପାଇଁ କେତେ ଦୂର ଫାଇଦା ଯୋଗାଇବ ସେନେଇ ଏବେ ସମସ୍ତଙ୍କ ନଜର ।v

Related Posts