‘କଂଗ୍ରେସ କ୍ଷମତାକୁ ଆସିଲେ ହେବ ରାଫେଲ୍‌ ଦୁର୍ନୀତିର ତଦନ୍ତ’

ସଂସଦ ଭିତରେ ଓ ବାହାରେ ରାଫେଲ ଡିଲକୁ ନେଇ ଜାରି ରହିଛି ବିତର୍କ । ଶାସକ ଓ ବିରୋଧୀଙ୍କ ଭିତରେ ଜୋର ଧରିଛି ତର୍କ । ସଂସଦ ବାହାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ରାଫେଲ ଦୁର୍ନୀତିର ତଦନ୍ତ କରାଇବ ।

ସେପଟେ ସଂସଦରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ କେନ୍ଦ୍ର ସରକାରଙ୍କୁ କରିଛନ୍ତି ସମାଲୋଚନା । କହିଛନ୍ତି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଭୁଲ ସତ୍ୟପାଠ ଦାଖଲ କରି, କୋର୍ଟ ଓ ଦେଶର ଜନତାଙ୍କୁ ଭ୍ରମରେ ରଖିଛନ୍ତି ।

ଲୋକସଭାରେ କଂଗ୍ରେସର ଅଭିଯୋଗର ଜବାବ୍‌ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେ ରାହୁଲଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସ ରାଫେଲ ବିମାନ ହିଁ କିଣିବାକୁ ଚାହୁଁନଥିଲା । ଏହାସହ ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ପଡ଼ୋଶୀ ଦେଶ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି, ଏପରି ସମୟରେ ସେନାକୁ ଶକ୍ତିଶାଳୀ କରିବା ଆମର ପ୍ରାଥମିକତା ।

ପ୍ରତିରକ୍ଷା ଆହୁରି ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ସେପ୍ଟେମ୍ବର ମାସରେ ଆସିବ ପ୍ରଥମ ରାଫେଲ ବିମାନ, ଆଉ ୨୦୨୨ ସୁଦ୍ଧା ବାକି ବିମାନ ଭାରତକୁ ଆସିବ ।

Related Posts