20 ବର୍ଷର ବେଦାଙ୍ଗୀଙ୍କର ନୂଆ ରେକର୍ଡ

ମହାରାଷ୍ଟ୍ରର ପୁଣେରେ ରହୁଥିବା ୨୦ ବର୍ଷୀୟା ବେଦାଙ୍ଗୀ କୁଲକର୍ଣ୍ଣୀ ସାଇକେଲରେ ପୁରା ବିଶ୍ବ ବୁଲିବାରେ ସବୁଠାରୁ ଦ୍ରୁତତମ ଏସୀୟ ଯୁବତୀ ପାଲଟିଯାଇଛନ୍ତି । ବେଦାଙ୍ଗୀ ରବିବାର ଦିନ କୋଲକାତାରୁ ସାଇକେଲ ଚଳାଇ ଏପର୍ଯ୍ୟନ୍ତ ସେ ୨୯ ହଜାର କିଲୋମିଟର ଦୂରତା ଅତିକ୍ରମ କରିସାରିଛନ୍ତି ।

ସେ ନିଜର ଏହି ଯାତ୍ରା ଗତ ଜୁଲାଇ ମାସରୁ ଆରମ୍ଭ କରିଥିଲେ । ଏହି ରେକର୍ଡକୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ଅଷ୍ଟ୍ରେଲିଆକୁ ଫେରିବେ । ଏପର୍ଯ୍ୟନ୍ତ ବେଦାଙ୍ଗୀ ୧୪ଟି ଦେଶ ସାଇକେଲରେ ପରିଭ୍ରମଣ କରିସାରିଛନ୍ତି । ୧୫୯ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସେ ୩୦୦ କିଲୋମିଟର ସାଇକେଲିଂ କରୁଛନ୍ତି ।

Related Posts