3 ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ସାମିଲ ହେବେ ବହୁ ନେତା

ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇସାରିଛି । କିନ୍ତୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଂଗ୍ରେସ ଏବେ ବି ଚାଲିଛି ଅଙ୍କକଷା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ଲଗାଇଲେ ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହ ଡିସେମ୍ବର 17 ତାରିଖରେ ହେବ । ସୂଚନାଯୋଗ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇସାରିଛି, କିନ୍ତୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଂଗ୍ରେସ ଏବେ ବି ଚାଲିଛି ଅଙ୍କକଷା ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଲେ । ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଗଲା, ସେହିପରି ପାଇଲଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଗଲା । ସେପଟେ ବରିଷ୍ଠ ନେତା କମଳନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ମଧ୍ୟପ୍ରଦେଶରେ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ ।

3 ରାଜ୍ୟରେ ଶପଥ ଗ୍ରହଣ ସମାରୋହ ବାହାନାରେ କଂଗ୍ରେସ ବିରୋଧୀ ଦଳଙ୍କ ସହ ଶକ୍ତି ପ୍ରଦର୍ଶନ କରିବ । ଶପଥ ଗ୍ରହଣ ସମାରୋହରେ ବିରୋଧୀ ଦଳର ବହୁ ନେତା ପହଞ୍ଚିବା ଅନୁମାନ କରାଯାଉଛି । କଂଗ୍ରେସ ପକ୍ଷରୁ ସମାନ ବିଚାରଧାରା ରଖୁଥିବା ନେତାଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । କଂଗ୍ରେସ ଦଳର ନେତୃତ୍ବ ସବୁ ବିରୋଧୀ ଦଳଙ୍କ ନେତାଙ୍କୁ ଯୋଗାଯୋଗ କରୁଛନ୍ତି । ନେତାମାନଙ୍କୁ ଆସିବାକୁ ଅନୁରୋଧ କରାଯିବ, ଯଦି ନେତା ନ ଆସିବେ, ତେବେ ସେ ତାଙ୍କର କୌଣସି ପ୍ରତିନିଧିଙ୍କୁ ପଠାଇବେ ।

ରାଜସ୍ଥାନର ରାଜଧାନୀ ଜୟପୁରରେ ଶପଥ ଗ୍ରହଣ ସମାରୋହ ସକାଳ 10ଟାରେ, ଭୋପାଳରେ ଦିନ 1.30ରେ ଏବଂ ରାୟପୁରରେ ସଂଧ୍ୟା 6ଟାରେ ହେବ । କାର୍ଯ୍ୟକ୍ରମ ଏମିତି ସ୍ଥିର କରାଯାଇଛି ଯେ ତିନିଟି ସ୍ଥାନରେ ଅଧିକରୁ ଅଧିକ ବିରୋଧୀ ନେତା ଯେମିତି ପହଞ୍ଚି ପାରିବେ । ଶପଥ ଗ୍ରହଣ ସମାରୋହରେ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେବେ ।

Related Posts