ସେନାରୁ ଖସି ହୋଇଥିଲା ଆତଙ୍କବାଦୀ, ଯବାନଙ୍କ ଗୁଳିରେ ଟଳିଲା

ଜମ୍ମୁ-କାଶ୍ମୀର ପୁଲୱାମାରେ ଭାରତୀୟ ଯବାନଙ୍କ ଏନ୍‌କାଉଣ୍ଟରରେ 3 ଆତଙ୍କୀ ପ୍ରାଣ ହରାଇଛନ୍ତି । ସେନାର ଏନକାଉଣ୍ଟର ପରେ ସ୍ଥାନୀୟ ଲୋକେ ସେନାର ଯବାନଙ୍କ ଉପରକୁ ପଥରମାଡ଼ କରିଥିଲେ । ଏହାପରେ ସେଠାରେ ସୃଷ୍ଟି ହୋଇଥିଲା ସଂଘର୍ଷ ସ୍ଥିତି । ଯେଉଁଥିରେ 7 ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି, ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଯବାନଙ୍କ ଗୁଳିମାଡ଼ରେ ମୋଷ୍ଟ ୱାଣ୍ଡେଡ୍‌ ଆତଙ୍କବାଦୀ ଜହୁର ଠାକୁର ନିହତ ହୋଇଛି । ଅନ୍ୟ ୨ ଜଣ ଆତଙ୍କବାଦୀ ମଧ୍ୟ ଯବାନଙ୍କ ଗୁଳିରେ ଟଳିଛନ୍ତି । ଏଥିସହ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।

ପୁଲୱାମା ଜିଲ୍ଲାର ଖାରପୁରା ଅଞ୍ଚଳର ସେଓ ବଗିଚାରେ ଆତଙ୍କବାଦୀ ଲୁଚିଥିବା ଖବର ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପରେ ସର୍ଚ୍ଚ ଅପରେସନ୍‌ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା । ପ୍ରଥମେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ।

ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ଜହୁର ଠାକୁର ନାମକ ଜଣେ ବ୍ୟକ୍ତି, ଯିଏ ପୂର୍ବରୁ ଭାରତୀୟ ସେନା ବାହିନୀରେ ଥିଲେ, ସେନାରୁ ଖସି ଯାଇ ସେ କୁଆଡ଼େ ଉଭାନ ହୋଇଯାଇଥିଲେ । ୨୦୧୬ରେ ଆତଙ୍କବାଦୀ ସଂଗଠନରେ ମିଶିଥିବା ଖବର ଆଶିଥିବା ।

ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଯୁବକମାନେ ସେନାବାହିନୀ ଉପରକୁ ପଥରମାଡ଼ କରିଥିଲେ । ଏହି ସଂଘର୍ଷରେ 7 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି, ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି ।

Related Posts