କୋଭାକ୍ସିନକୁ WHOର ଅନୁମୋଦନ ପାଇଁ ସମୀକ୍ଷା ପ୍ରକ୍ରିୟା ଆରମ୍ଭ: ଭାରତ ବାୟୋଟେକ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ କରୋନା ମହାମାରୀ ସହ ଲଢ଼ୁଛି । ଇତିମଧ୍ୟରେ କୋଭିଡ-୧୯ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ତାଲିକା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ଭାରତ ବାୟୋଟେକ ପକ୍ଷରୁ ଦାଖଲ କରାଯାଇଛି। ଏବଂ ଏହାର ସମୀକ୍ଷା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏନେଇ ଭାରତ ବାୟୋଟେକ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା ସ୍ପୋଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ କୋଭାକ୍ସିନ୍ EUL ପାଇଁ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ୍ ଜୁଲାଇ 9 ସୁଦ୍ଧା WHO ରେ ଦାଖଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ସମୀକ୍ଷା ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଥିବାରୁ ଖୁବ ଶୀଘ୍ର ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ ହେବ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜେନେଭାରେ ଆବେଦନ ଦାଖଲ କରାଯାଇଛି ଏବଂ ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ଅନୁମାେଦନ ମିଳିବାର ଆଶା କରାଯାଉଛି। ଏହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଅନୁମୋଦନ ଏକ ଦୀର୍ଘ ସମୟର ପ୍ରକ୍ରିୟା ହେବ ବୋଲି ଆଶା କରାଯାଏ ନାହିଁ କାରଣ ସେଲ୍ ଲାଇନ୍ ଏବଂ ଅଧିକାଂଶ ସୁବିଧା ପୂର୍ବରୁ ହିଁ ଅନ୍ୟ ଟୀକା ପାଇଁ WHO ଦ୍ୱାରା ଅଡିଟ୍ ଏବଂ ଅନୁମୋଦନ ହୋଇସାରିଛି। କେବଳ ଏତିକି ନୁହେଁ ବରଂ କୋଭାକ୍ସିନକୁ ବିଶ୍ଵସ୍ତରୀୟ ଗ୍ରହଣ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ନିକଟତର ହୋଇଛୁ ବୋଲି ଭାରତ ବାୟୋଟେକ ପକ୍ଷରୁ ସ୍ପଷ୍ଟ କରାଯାଇଛି । କାରଣ ଜୁଲାଇ ୨୦୨୧ରେ ରୋଲିଂ ଡାଟା ଆରମ୍ଭ ହେବାର ଯୋଜନା ରହିଛି। ଏହା ସହ ୧୨ ମାସ ମଧ୍ୟରେ ୧୦ଟି ବୈଜ୍ଞାନିକ ପ୍ରକାଶନ ସହିତ କୋଭାକ୍ସିନ୍ ହେଉଛି ଖୁବ୍ କମ୍ ଟିକା ମଧ୍ୟରୁ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ବୋଲି ସାଥି-ସମୀକ୍ଷା-ପତ୍ରିକାରେ ବ୍ୟାପକ ତଥ୍ୟ ପ୍ରକାଶିତ ହୋଇଛି ।

Related Posts