ସିଙ୍ଗାପୁର ଭାରିଏଣ୍ଟ୍ ଭାରତରେ ଆଣିପାରେ କୋଭିଡ୍ ର ତୃତୀୟ ଲହର : ଅରବିନ୍ଦ କେଜରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଆତଙ୍କ ଖେଳାଇଥିବାବେଳେ ତୃତୀୟ ଲହରର ଆଶଙ୍କା ବଢିଲାଣି । ସିଂଗାପୁରରେ ଦେଖାଦେଇଥିବା କରୋନା ନୂଆ ଭାରିଏଣ୍ଟ୍ ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି । ଆଉ ଏହାକୁ ନେଇ ଭାରତରେ ବି ଚିନ୍ତା ବଢିଲାଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏ ନେଇ ଟୁଇଟ କରି ସତର୍କ କରାଇଛନ୍ତି। ସିଂଗାପୁର ଭାରିଏଣ୍ଟ ଭାରତରେ ତୃତୀୟ ଲହର ଆଣିପାରେ ବୋଲି କେଜରିୱାଲ ଏହାକୁ ସତର୍କ ଘଣ୍ଟିଭାବରେ ନେଇ ଜରୁରୀକାଳୀନ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏହାକୁ ରୋକିବା ପାଇଁ ସରକାର ତୁରନ୍ତ ସିଂଗାପୁରକୁ ବିମାନ ସେବା ବନ୍ଦ କରିବାକୁ ମୋଦୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ଶିଶୁମାନଙ୍କୁ କିପରି ଟିକା ଦିଆଯ଼ାଇପାରିବ ସେ ଉପରେ ବିଚାର କରିବା ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ବିଶେଷଜ୍ଞମାନେ ଦେଶରେ କୋଭିଡ୍ ର ୩ୟ ଲହର ପାଇଁ ସରକାରଙ୍କୁ ସତର୍କ କରାଇଛନ୍ତି । ପ୍ରଥମ ଲହରରେ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହେଉଥିବାବେଳେ ଦ୍ବିତୀୟ ଲହରରେ ଯ଼ୁବଗୋଷ୍ଠୀ ଆକ୍ରାନ୍ତ ହୋଉଛନ୍ତି । ତେବେ ତୃତୀୟ ଲହରରେ ପିଲାମାନେ ଆକ୍ରାନ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସିଙ୍ଗାପୁର ଓ ତାଇୱାନ ଭଳି ଦକ୍ଷିଣ ଏସୀୟ ରାଷ୍ଟ୍ର ଗୁଡିକ, କୋଭିଡ୍ ମହାମାରୀକୁ କାବୁ କରିବାରେ ସକ୍ଷମ ହୋଇଥିବା ହେତୁ ଏହି ଦେଶ ଗୁଡିକର ସଫଳତାର କାହାଣୀ ଖୁବ୍ ପ୍ରଶଂସିତ ହେଉଛି। ସିଙ୍ଗାପୁରରେ ଏହି ନୂତନ ଭାରିଏଣ୍ଟ୍ ମୁକାବିଲା ପାଇଁ ରେଷ୍ଟୁରାଣ୍ଟଗୁଡିକରେ ଇନଡୋର ଡାଇନିଂ ଉପରେ ରୋକ୍ ଲଗାଯାଇଛି।

Related Posts