ରାଫେଲ୍ ଡିଲର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ମୋଦୀଙ୍କ ଫଟୋ ସେୟାର କରି ରାହୁଲ ଗାନ୍ଧୀ ଲେଖିଲେ- ‘ଚୋରର ଦାଢି’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଥିତ ରାଫେଲ ଦୁର୍ନୀତି ମାମଲାରେ ଫ୍ରାନ୍ସରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବା ପରେ ଏବେ ଭରତରେ ପୁଣି ଥରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ମୋଦୀଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ଏହି ଇନଷ୍ଟାଗ୍ରାମ ପୋଷ୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋକୁ ରାଫେଲ ବିମାନ ସହ ଏଡିଟ୍ କରି ସେୟାର କରିଛନ୍ତି।

ଏହା ପୂର୍ବ ଟ୍ଵିଟରେ ରାହୁଲ ଗାନ୍ଧୀ କ୍ୟାପସନରେ ଲେଖିଥିଲେ ‘ଚୋରର ଦାଢି’। ଏବେ ଫଟୋ ସହ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ୨୦୧୬ ମସିହାରେ ୭.୮ ବିଲିୟନ ୟୁରୋ ମୂଲ୍ୟର ୩୬ ଟି ରାଫେଲ ବିମାନ ପାଇଁ ଭାରତ ସରକାର ଏବଂ ଫ୍ରାନ୍ସ ବିମାନ ଉତ୍ପାଦନକାରୀ ଡାସଲ୍ଟ ଆଭିଏସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଶନିବାର ରାଫେଲ ବିମାନ ଚୁକ୍ତିକୁ ନେଇ କଂଗ୍ରେସ ଶନିବାର କହିଛି, ଫ୍ରାନ୍ସ ଦ୍ଵାରା ତଦନ୍ତ ଆରମ୍ଭ କରାଯିବା ଅର୍ଥ ଏହି ଚୁକ୍ତିନାମାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ମୋଦୀ ସରକାର ଆଉ ବିଳମ୍ବ ନକରି ଏହି ରାଜିନାମାରେ ହୋଇଥିବା ହେରଫରର ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ଵାରା ତଦନ୍ତ କରାନ୍ତୁ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ଦଳ ବାରମ୍ବାର ପ୍ରମାଣ ଦେଇ କହୁଛି ଯେ ରାଫାଲ ଚୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେଇନାହାଁନ୍ତି। ଫ୍ରାନ୍ସରେ ହୋଇଥିବା ଏହି ଚୁକ୍ତିରେ ହୋଇଥିବା ଦୁର୍ନୀତିକୁ ନେଇ ନୂଆ ଖୁଲାସା ହୋଇଛି ଏବଂ ପୂରା ଘଟଣାକ୍ରମର ଅନୁସନ୍ଧାନ କରାଯାଉଛି, ତେଣୁ ଭାରତ ସରକାର ମଧ୍ୟ ଜେପିସି ଦ୍ୱାରା ଅନୁସନ୍ଧାନ କରାଯାଉ।

Related Posts