ଦିଲ୍ଲୀରେ ଦୁଃଖଦ ସ୍ଥିତି, କୋଭିଡ ଭୟରେ ଘର ଲୋକ ଆସୁନାହାଁନ୍ତି, ପୁଲିସ କରୁଛି ଶବ ସଂସ୍କାର

coroan delhi

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏପରିସ୍ଥଳେ ପୁଲିସ ପ୍ରଶାସନ ଶବ ଦାହ କରୁଥିବା କଥା ସାମ୍ନାକୁ ଆସିଛି । ତେବେ ଲେପ୍ଟନାଣ୍ଟ କର୍ଣ୍ଣେଲ ସୋମେନ ମୋଣ୍ଡାଲ କୋଭିଡ-୧୯ ପିଜିଟିଭ ଥିବା ତାଙ୍କ ଶ୍ୱଶୁରଙ୍କ ଶବଦାହକୁ ତୁରନ୍ତ ସହାୟତା ପାଇଁ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ନିବେଦନ କରିଥିଲେ । କର୍ଣ୍ଣେଲ ଲେହ ରେ ଥିବାରୁ ସେ ଏତେ କମ ସମୟରେ ଦିଲ୍ଲୀ ପହଁଞ୍ଚିବା ସମ୍ଭବ ନୁହଁ ବୋଲି କହିଥିଲେ । ତାଙ୍କର ଅନୁରୋଧକୁ ରକ୍ଷା କରି ଦ୍ୱାରକା ପୁଲିସ ଷ୍ଟେସନର କନଷ୍ଟେବଳ ରାଜେଶଙ୍କ ସହାୟତାରେ ସମସ୍ତ ଆବଶ୍ୟକୀୟ ଜିନିଷର ବ୍ୟବସ୍ଥା କରିଯାଇଥିଲା । ଏବଂ ତାଙ୍କ ଶ୍ୱଶୁର ବିଶ୍ୱନାଥ ପ୍ରେମାନିକଙ୍କ ଶବଦାହ କରାଯାଇଥିଲା । ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଦ୍ୱାରକା ଦକ୍ଷିଣ ପୁଲିସ ଷ୍ଟେସନ ଅନ୍ତର୍ଗତ ଏକସ୍ଥାନରେ ଆଉ ଜଣେ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି । ଏବଂ ତାଙ୍କର ଶବଦାହ କରିବା ପାଇଁ ପରିବାର ଲୋକ ଆସୁନାହାଁନ୍ତି । ଏହା ପରେ ଘଟଣାସ୍ଥଳକୁ ଯାଇ ଶବସତ୍କାର କରିଥିଲା । ତେବେ ମୃତ ମହିଳା ଜଣଙ୍କ ତାଙ୍କ ଭାଇଙ୍କ ଘର ଦ୍ୱାରକା ଆସିଥିଲେ ଏବଂ କୋଭିଡରେ ସଂକ୍ରମଣ ହୋଇଥିଲେ । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଲେପ୍ଟନାଣ୍ଟଙ୍କ ଶ୍ୱଶୁରଙ୍କ ଶବଦାହ କରିବା ସହିତ ମୃତ ପରିବାର ସଦସ୍ୟଙ୍କ ଅନ୍ତିମ ସଂସ୍କାର କରିବାରେ ଲୋକଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀ ପୁଲିସ ଆଗେଇ ଆସିଛି ।

Related Posts