ନିର୍ବାଚନ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ଡିଜିପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ମତଦାନ ସମୟରେ ହୋଇଥିବା ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଜରୁରୀ ବୈଠକ ଶେଷ ହୋଇଛି । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ୍ ବଂଶଲ୍ । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନାହିଁ । ପ୍ରଥମ ପର୍ୟ୍ୟାୟ ମତଦାନ ବେଳେ କିଛି ସ୍ଥାନରେ ହିଂସା ନଜରକୁ ଆସିଥିବା ସେ କହିଛନ୍ତି ।

ଏହି ହିଂସାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପ କହିଛନ୍ତି । ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ବାକି ଥିବା ୪ ପର୍ୟ୍ୟାୟ ନିର୍ବାଚନରେ ହିଂସାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ଭୋଟ ହେବାକୁ ଥିବା ସ୍ଥାନରେ ପୋଲିସ୍ ମୁତୟନ କଡ଼ାକଡ଼ି କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

Related Posts