ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା; ସଠିକ୍ ତଦନ୍ତ ଦାବିରେ ଡିସିପି ଅଫିସ ଘେରାଉ କଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ପୁଣି ଆନ୍ଦୋଳନକୁ ଓହ୍ଳାଇଛି ବିଜେପି । ଭାଇରାଲ ଅଡିଓ କ୍ଲିପର ଯାଂଚ ଓ ସଠିକ୍ ତଦନ୍ତ ଦାବିରେ ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରିଛି ବିଜେପି । ବିଜେପି କର୍ମୀ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି । ବିଜେପିର କର୍ମୀ ଓ ତୁଙ୍ଗ ନେତାମାନେ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

ଏହାସହିତ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।ଏହି ଘଟଣାରେ ଯେଉଁମାନଙ୍କ ନାଁ ଆସୁଛି ସେମାନଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉ ନାହିଁ । ଯଦି ତଦନ୍ତ ଠିକ ଭାବରେ କରା ନଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଦଳ ଚେତୀବନୀ ଦେଇଛି।

Related Posts