ଚାଷୀଙ୍କୁ ଅରୁଣଙ୍କ ଡ଼ିଜିଟାଲ୍ ଚକମା

କୋଭିଡ଼ ମହାମାରୀ ସମୟରେ ଏବେ ସବୁଠି ଅନ୍ ଲାଇନ୍ ଉପରେ ମାଡ଼। ଅନ୍ ଲାଇନ୍ ଆପ୍ଲିକେସନ୍ କୁ ନେଇ ପ୍ରଶାସନ ରେ ଏବେ ପ୍ରତିଯୋଗିତା କିଏ କେତେ ଡିଜିଟାଲ ବା ଅନ୍ ଲାଇନ୍ ରେ କାର୍ଯୟକ୍ରମଗୁଡ଼ିକ କରୁଛି। ଏ ମର୍ମରେ କୃଷି ବିଭାଗ ମନ୍ତ୍ରୀ ଡା ଅରୁଣ ସାହୁଙ୍କର ଏକ ପ୍ରେସ ବିଜ୍ଞପ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶାସନ କାମ କରୁ ବା ନ କରୁ, ସରକାରଙ୍କର ବଡ଼ ଚ୍ୟାଲେଞ୍ଜ ଯେ ଲୋକେ ଅନ୍ତତଃ ଜାଣିବା ଦରକାର ସରକାର କାମ କରୁଛନ୍ତି। ତେଣୁ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ଟାର୍ଗେଟ ଦିଆଯାଇଛି ଯେ ନିଜ ବିଭାଗ ସମ୍ପର୍କରେ ଏଭଳି ଖବର ମିଡ଼ିଆ କୁ ଛାଡ଼ି  ଯେମିତି ଲାଗିବ ସରକାର ଦିନରାତି ରାଜ୍ୟବାସୀଙ୍କ ପାଇଁ କାମ କରୁଛନ୍ତି।

ମନ୍ତ୍ରୀ ସାହୁ ଏକ ରିପୋର୍ଟ ମିଡ଼ିଆ କୁ ଦେଇଛନ୍ତି ଯେଉଁଥିରେ କୁହାଯାଇଛି ଯେ କୃଷି ବିଭାଗ ଚାଷୀଙ୍କ ପାଇଁ ଏବେ ଡିଜିଟାଲ ଟୁଟୋରିଆଲ୍ ଖୋଲିଛି। ମନ୍ତ୍ରୀ ଅରୁଣ ବାବୁ ଦେଇଥିବା ଏ ସମ୍ପର୍କିତ କିଛି ସୂଚନା ଅନେକଙ୍କୁ ଉଦ୍ଭଟ ତଥ୍ୟ ଭଳି ଲାଗୁଛି। ।ବିରୋଧୀଂକ କହିବା କଥା ଏହା ରାଜ୍ୟର ଚାଷୀଙ୍କ ପ୍ରତି ତାତ୍ସଲ୍ୟ।
ରାଜ୍ୟରେ ମରୁଡି ପରିସ୍ଥିତି ବେଳେ କୃଷକଙ୍କ ପାଇଁ କୃଷିବିଭାଗ କୌଣସି ପଦକ୍ଷେପ ନ ନେଇ ଓଲଟି ସୋସିଆଲ ମିଡିଆରେ ପାଠପଢ଼ିବା କଥା କହୁଛି । କୃଷି ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ 9 ଲକ୍ଷ 20 ହଜାର ଚାଷୀଙ୍କୁ କୃଷି ବିଭାଗ whats app ମାଧ୍ୟମରେ ଯୋଡିବା ସହ ସେମାନଙ୍କୁ ଚାଷ ଓ ପାଣିପାଗ ସମ୍ବନ୍ଧିତ ସମସ୍ତ ତଥ୍ୟ ପ୍ରତେକ ଦିନ ପ୍ରଦାନ କରୁଛି । ସେହିପରି ରାଜ୍ୟର 27 ହଜାର 2 ଶହ ଚାଷୀ twitter ମାଧ୍ୟମରେ କୃଷି ବିଭାଗ ସହ ଯୋଡି ହୋଇଥିବା କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି । twitter ଓ whats app ମାଧ୍ୟମରେ କୃଷିବିଭାଗ କଲେ କୃଷକ ମାନଙ୍କୁ ସମସ୍ତ କୃଷି ସମ୍ବନ୍ଧୀୟ ତଥ୍ୟ ଯୋଗାଇ ଦେଉଥିବା କୃଷିମନ୍ତ୍ରୀ କହୁଛନ୍ତି । ଏଠାରେ ପ୍ରଶ୍ନ ଏହା ବାସ୍ତବିକ ନା କାଗଜକଲମରେ ।

ଅନ୍ୟପଟେ ତଥ୍ୟ କହୁଛି ରାଜ୍ୟରେ ଅତିବେଶୀରେ 5 ଲକ୍ଷ ଲୋକ twitter use କରୁଛନ୍ତି । ସେମାନଙ୍କ ମଧ୍ୟରୁ 2 ଲକ୍ଷ ଲୋକ ଉଚ୍ଚଶ୍ରେଣୀୟ ଲୋକ ହୋଇଥିବା ବେଳେ ଆଉ 3 ଲକ୍ଷ user 22 ରୁ 34 ବର୍ଷୀୟ ପାଠପଢ଼ା ଯୁବକ । ସେହିପରି ଗୋଟିଏ whats app ଗ୍ରୁପରେ ଅତିବେସୀରେ 250 ଲୋକଙ୍କୁ ଯୋଡିପାରିବାର ବ୍ୟବସ୍ଥା ରହିଛି । ତେଣୁ 9 ଲକ୍ଷ 20 ହଜାର ଚାଷୀଙ୍କୁ ଗ୍ରୁପ ସହ ଯୋଡିବାକୁ ହେଲେ 3680 ଟି ଗ୍ରୁପ କରିବାକୁ ପଡିବ । କୃଷିବିଭାଗ କହିପାରିବ କି କେଉଁଠି ରହିଛି ତାଙ୍କର ଏହି 3680 ଟି ଗ୍ରୁପ ।  ଯେଉଁଠି ରାଜ୍ୟର 147 ବିଧାୟକ ମାନଙ୍କର ଟ୍ଵିଟର ଆକାଉଣ୍ଟ ନାହିଁ ସେଠି 27 ହଜାର 2 ଶହ ଚାଷୀ ଟ୍ୱିଟର ଆକାଉଣ୍ଟ ବ୍ୟବହାର କରୁଥିବା କଥା ସମ୍ପୂର୍ଣ ହାସ୍ୟାସ୍ପଦ ।

 

ରାଜ୍ୟ ସରକାର ଶେଷ ଥରପାଇଁ 2018 ମସିହାରେ ସର୍ବାଧିକ 60 ହଜାର ଚାଷୀଙ୍କୁ ଅଣ୍ଡରଏଡ଼ ଫୋନ ଯୋଗାଇଥିବା ତଥ୍ୟ ରହିଛି । ତେବେ 2 ବର୍ଷ ପରେ ସେ ଫୋନ କେଉଁ ଚାଷୀ ପାଖରେ ଅଛି । ଯେତେବେଲେ ମହାମାରୀ ସମୟରେ ଚାଷୀଟିଏ ଖାଇବାକୁ ପାଉନାହିଁ ସେତେବେଳେ android ଫୋନରେ ନେଟ ପ୍ୟାକ ରିଚାର୍ଜ କରିବା ପାଇଁ ଟଙ୍କା ଆସିବ କେଉଁଠୁ । ତେଣୁ ରାଜ୍ୟ କୃଷି ବିଭାଗର ସମ୍ପୂର୍ଣ ଯୋଜନା କେବଳ କେମିତି କାଗଜ କଲମରେ ଚାଲେ ତାହା ଆଜି କୃଷି ମନ୍ତ୍ରୀ ରାଜ୍ୟର ଚାଷୀଙ୍କ ଟେକ୍ନୋସଭି ରିପୋର୍ଟ ଦେଇ ସ୍ପଷ୍ଟ କରିଦେଇଛନ୍ତି ।
କୃଷି ବିଭାଗର ଟ୍ୱିଟର ଆକାଉଣ୍ଟ କୃଷି ବିଭାଗରେ ମାତ୍ର 22 ହଜାର 6 ଶହ ଜଣ followers ଥିବା ବେଳେ କେଉଁଠୁ ଆସିଲେ 27 ହଜାର 2 ଶହ ଚାଷୀ followers .

Related Posts