ମିଡିଆରେ ଆସିବା ପାଇଁ ଦିଗବିଜୟ ସିଂହଙ୍କୁ ହାଇକମାଣ୍ଡ ଆନ୍ଦୋଳନର ଦାୟିତ୍ୱ ଦେଇଛନ୍ତି: ଭି.ଡି ଶର୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ଖରାଗାନ ଠାରେ ରାମନବମୀରେ ଉପୁଜିଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଏହି ଘଟଣାକୁ ନେଇ ଅନେକ ରାଜନେତା ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତେବେ ଖାର୍ଗୋନରେ ରାମ ନବମିରେ ହୋଇଥିବା ହିଂସା ସମ୍ପର୍କରେ ଟ୍ୱିଟ୍ କରି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବାର କଥା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସଭାପତି ଭି.ଡି ଶର୍ମା ତାଙ୍କୁ ଏବଂ ତାଙ୍କ ଦଳକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଦିଗବିଜୟ ସିଂ ସର୍ବଦା ଷଡଯନ୍ତ୍ରରେ ଜଡିତ ଅଛନ୍ତି ଏବଂ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ତାଙ୍କୁ ଏହି ଆନ୍ଦୋଳନର ଦାୟିତ୍ୱରେ ରଖିଛନ୍ତି ବୋଲି କହିଛନ୍ତି । ସେପଟେ ଦିଗବିଜୟ ସିଂ ସର୍ବଦା ଷଡଯନ୍ତ୍ର କରିଆସୁଛନ୍ତି।

ତାଙ୍କ ଟ୍ୱିଟ୍ ଅପରାଧିକ ଷଡଯନ୍ତ୍ର ସହିତ ଜଡିତ । ଯାହା ଦେଶର ପରିବେଶକୁ ନଷ୍ଟ କରିବାକୁ ଉଦ୍ଦିଷ୍ଟ। ବୁଦ୍ଧିଜୀବୀମାନେ ଏହାର ଅନୁସନ୍ଧାନ କରିବା ଉଚିତ୍ । ସୋନିଆ ତାଙ୍କୁ ଆନ୍ଦୋଳନର ଦାୟିତ୍ୱରେ ରଖୁଛନ୍ତି ଯାହାଦ୍ୱାରା ତାଙ୍କୁ ଗଣମାଧ୍ୟମରେ ଦେଖିବାକୁ ମିଳିବ ବୋଲି ବିଜେପି ନେତା କହିଛନ୍ତି । ସେପଟେ ଅଭିଯୋଗକାରୀ ଭୋପାଳ ବାସିନ୍ଦା ପ୍ରକାଶ ମାଣ୍ଡେ କଂଗ୍ରେସ ରାଜ୍ୟସଭା ସଦସ୍ୟଙ୍କୁ ମନଇଚ୍ଛା ଫୋଟ ସେୟାର କରି ଖରାଗାନ ହିଂସା ସହ ଜଡ଼ୁଥିବାର ଅଭିଯୋଗ କରିଛନ୍ତି । । ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଟୁଇଟ୍ ସାମ୍ପ୍ରଦାୟିକ ଉତ୍ତେଜନା ବିସ୍ତାର କରିପାରେ ଏବଂ ମଧ୍ୟପ୍ରଦେଶରେ ଧାର୍ମିକ ସମନ୍ୱୟ ଉପରେ ପ୍ରଭାବ ପକାଇପାରେ। ଅନ୍ୟପଟେ ଭୋପାଳ ପୋଲିସ କମିଶନର କହିଛନ୍ତି ଯେ ଟ୍ୱିଟର ଅଭିଯୋଗ ଆଧାରରେ କ୍ରାଇମ ବ୍ରାଞ୍ଚ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଧର୍ମ, ଜାତି, ଜନ୍ମସ୍ଥାନ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା, ୨୯୫ଇ, ଭାରତୀୟ ଦଣ୍ଡବିଧି ସଂହିତା ୪୬୫ରେ ଏକ ମାମଲା ପଞ୍ଜିକୃତ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts