ଦିଲ୍ ତୋ ବଚା ହେ ଜୀ….

          

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତକାଲି ଅର୍ଥାତ ବୁଧବାର ଦିନ ସାରା ଦେଶରେ ନଜର ଥିଲା କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣ ଉପରେ । କିଏ ଇସ୍ତଫା ଦେଲା କାହାକୁ ପଦୋନ୍ନତି ମିଳିଲା ତ ଆଉ କିଏ ନୂଆ ଚେହେରା ସାମିଲ ହେଲା। ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକ ଜନତା ପାର୍ଟି (ଏଲଜେପି) ର ମିଶନ-୨ ସଫଳ ହୋଇଥିଲା । କାରଣ ଚିରାଗ ପାସୱାନଙ୍କୁ ଚେକ୍ ଦେଇ ପାଶୁପତୀ ପାରସଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଦିଆଗଲା। ଅପରପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ନିଜ ଅନ୍ଦାଜରେ ଜୀବନକୁ ଉପଭୋଗ କରୁଥିଲେ। ରାଜନୈତିକ ବହୁତ୍ ସକ୍ରିୟ ରହୁଥିବା ଲାଲୁ ତାଙ୍କ ନାତିଙ୍କ ସହ ଖେଳୁଥିବା ଦେଖିବାକୁ ମିଳିଥିଲା। ଲାଲୁ ପ୍ରସାଦଙ୍କ ବଡ ଝିଅ ତଥା ରାଜ୍ୟସଭା ସାଂସଦ ଡକ୍ଟର ମିସା ଭାରତୀ ନାତୁଣୀଙ୍କ ସହ ଲାଲୁ ପ୍ରସାଦ ଯାଦବଙ୍କ ଏକ ସୁନ୍ଦର ଫଟୋଟିଏ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ ମିସା ଭାରତୀଙ୍କ ପୁଅ ମାଙ୍କଡ଼ର ଏକ ପୋଷାକ ପିନ୍ଧିଛନ୍ତି ଏବଂ ଲାଲୁ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି।  ଅଜା ନାତିଙ୍କ ମଧ୍ୟରେ ଜଙ୍ଗଲ ଲଭ୍ ର ଏକ ଖେଳ ଚାଲିଥିଲା। ଫଟୋରେ, ଲାଲୁ ପ୍ରସାଦଙ୍କ ନାତି ଅର୍ଥାତ୍ ମିସା ଭାରତୀଙ୍କ ପୁଅ ଏକ କାର୍ଟୁନ୍ ପୋଷାକ ପିନ୍ଧିଛନ୍ତି। ଲାଲୁ ପ୍ରସାଦଙ୍କୁ ଭୟଭୀତ ଶୈଳୀରେ ହାତ ଅଙ୍ଗଭଙ୍ଗୀ ସହିତ ଦେଖିବାକୁ ମିଳୁଛି । ନାତି ଏକ ମାଙ୍କଡ଼ ପୋଷାକ ପିନ୍ଧିଛନ୍ତି । ମିସା ଭାରତୀ ଏହି ଫଟୋକୁ ଫେସବୁକରେ ସେୟାର କରି ଲେଖିଥିଲେ- ‘ନାନା ଔର ନାତି କି ୟେ ଦେଖୋ ୟାରି, ସବସେ ନ୍ୟାରୀ,  ସବସେ ପ୍ୟାରୀ !’ ମିସା ଆହୁରି ମଧ୍ୟ ଲେଖିଛନ୍ତି ଯେ,” ଜୀବନର ସମସ୍ୟା ଏବଂ ତିକ୍ତତାର ମଧ୍ୟରୁ କିଛି ମୁହୂର୍ତ୍ତର ହସ ଏବଂ ଖେଳକୁ ଚୋରି କରିବାର କଳାକୁ ଜୀବନ୍ତତାର ନାମ ଦିଆଯାଇଛି । ପାପା ହେଉଛନ୍ତି ଏହି କୌଶଳର ଗୁରୁ ! ‘ 

    ସୂଚନା ମୁତାବକ ବାହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ୧୬ ପ୍ରକାର ରୋଗରେ ପୀଡିତ। ହୃଦଘାତ ଏବଂ କିଡନୀ ସମସ୍ୟା ଭଳି ଗୁରୁତର ରୋଗରେ ପୀଡିତ। ଗତ କିଛିଦିନ ତଳେ ନିମୋନିଆ ହେତୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିଲା। ସେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଲାଲୁ ପ୍ରସାଦ ବର୍ତ୍ତମାନ ଜାଣିଶୁଣି ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି । ନିକଟରେ ଆରଜେଡିର ପ୍ରତିଷ୍ଠା ଦିବସ ଅବସରରେ ସେ ଭର୍ଚୁଆଲ ମୋଡ୍ ରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏବଂ ଖୁବ୍ ଶୀଘ୍ର ବିହାର ଫେରି ସେମାନଙ୍କୁ ଭେଟିବେ ବୋଲି କହିଥିଲେ। 

Related Posts