ମୁମ୍ବାଇ: ଭାରତରେ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଖେଳା ହେବାକୁ ଥିବା ଆଇସିସିର ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ କଭର କରିବ ଡିଜ୍‌ନି ଷ୍ଟାର। ଏନେଇ ଉଭୟ ଡିଜିଟାଲ୍ ଓ ଟିଭି ପାଇଁ ଏହି ରାଇଟ କିଣିଛି ଡିଜ୍‌ନି ଷ୍ଟାର। ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ପୁରୁଷ ଓ ମହିଳା ବର୍ଗର ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌କୁ ଏହି ଚ୍ୟାନେଲ୍ ପ୍ରସାରଣ କରିବ ବୋଲି ICC କହିଛି।

ଏ ସମ୍ପର୍କର ପ୍ରତିକ୍ରିୟା ଜାରି କରି ICC କହିଛି “ ଆଗାମୀ ୪ ବର୍ଷରେ ଭାରତରେ ହେବାକୁ ଥିବା ଆଇସିସିର ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଡିଜନିଷ୍ଟାରରେ ପ୍ରସାରିତ ହେବ। ଉଭୟ ପୁରୁଷ ଓ ମହିଳା ବର୍ଗର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ଏହି ଚ୍ୟାନେଲ୍ ୨୦୨୭ ପର୍ଯ୍ୟନ୍ତ ଟିଭି ଓ ଡିଜିଟାଲ ମାଧ୍ୟମରେ ପ୍ରସାରଣ କରିପାରିବ।”

ସିଙ୍ଗିଲ ରାଉଡ ସିଲ୍ଡ ବିଡ୍‌ ପ୍ରୋସେସ୍‌ରେ ଡିଜ୍‌ନି ଷ୍ଟାର ଏହା ରାଇଟ୍ କିଣିଛି। ଏନେଇ ICC କହିଛି “ ଆଗାମୀ ୪ ବର୍ଷ ପାଇଁ ଡିଜ୍‌ନୀ ଷ୍ଟାର୍ ସହ ଚୁକ୍ତି କରି ଆମ ଖୁସି ବ୍ୟକ୍ତ କରୁଛୁ। ଆମ ଭବିଷ୍ୟତ ପାଇଁ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ।” ତା ଛଡ଼ା ଚ୍ୟାନେଲ୍‌ ମହିଳା କ୍ରିକେଟ୍ ପାଇଁ ମଧ୍ୟ ଅନେକ ପ୍ରଶଂନୀୟ ପ୍ଲାନ ଦେଉଛି।CC କହିଛି।