‘ବିନା ତଥ୍ୟ, ପ୍ରମାଣରେ ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ’; କୋର୍ଟକୁ ଯିବା ପୂର୍ବରୁ ଗଣମାଧ୍ୟମକୁ କହିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିବା ମାମଲାରେ ହାଜର ସେ ଆଜି କୋର୍ଟରେ ହଜାର ହୋଇଛନ୍ତି। ଅର୍ଚ୍ଚନାଙ୍କୁ ଜେଲରୁ ସିଧା ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟକୁ ନିଆଯାଇଛି । ଝାରପଡା ଜେଲରୁ କଡା ସୁରକ୍ଷାରେ ଆସି ସେ କୋର୍ଟରେ ହାଜର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ କୋର୍ଟ ବାହାରେ ପୁଲିସ ଛାଉଣୀ କରାଯାଇଛି।

ତେବେ ଗିରଫ ହେବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନା ନାଗ। କୋର୍ଟ କୁ ଯିବା ପୂର୍ବରୁ ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଯେ, ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ। ବିନା ତଥ୍ୟ ଓ ପ୍ରମାଣରେ ଖବର ପ୍ରସାରଣ ନ କରିବାକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ତେବେ ଆଉ କିଛି କହିବା ପୂର୍ବରୁ ପୋଲିସ ତାଙ୍କୁ କୋର୍ଟ ମଧ୍ୟକୁ ନେଇଯାଇଛି।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗତ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା । ଏହାପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ରହିଛନ୍ତି । ସେବେଠାରୁ ତାଙ୍କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଗତ ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ମଧ୍ୟ ଗିରଫ ପୋଲିସ କରିଛି ।

Related Posts