ଉପରାଷ୍ଟ୍ରପତି ନିର୍ବାଚନ; ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ ଘୋଷଣା କଲା ଟିଆରଏସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ତେଲେଙ୍ଗାନାର ଶାସନାଧୀନ ଟିଆରଏସ ତାର ସମର୍ଥନ ଜଣାଇଛି । ଟିଆରଏସ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ତାଙ୍କର ସମର୍ଥନ ଜଣାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ଏକ ବିବୃତ୍ତି ଯୋଗେ ଏହି ସୂଚନା ଦେଇଛନ୍ତି ।ଆଗକୁ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସମସ୍ତ ୧୬ଜଣ ଟିଆରଏସ ସାଂସଦ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ଭୋଟ ଦେବ ବୋଲି କହିଛନ୍ତି କେସିଆର । ଏହା ପୂର୍ବରୁ ଜେଏମଏମ ଏବଂ ଆପ ମଧ୍ୟ ତାଙ୍କର ସମର୍ଥନ ମାର୍ଗାରେଟଙ୍କୁ ଦେବାକୁ ଘୋଷଣା କରି ସାରିଛନ୍ତି ।ସୂଚନାମୁତାବକ ଆଗାମୀ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏନଡିଏ ତରଫରୁ ଜଗଦୀପ ଧନଖଡ ଏବଂ ବିରୋଧୀ ମାନେ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ଅଛନ୍ତି ।

Related Posts