ଇଂରାଜୀ କେବଳ ଏକ ଯୋଗାଯୋଗର ମାଧ୍ୟମ, ଜ୍ଞାନୀର ମାପଦଣ୍ଡ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଅଞ୍ଚଳିକ ଭାଷାର ପ୍ରୟୋଗକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଇଂରାଜୀ ଭାଷାକୁ କେବଳ ଯୋଗାଯୋଗର ଏକ ମାଧ୍ୟମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଜୁରାଟ ସରକାରଙ୍କର ମିଶନ ସ୍କୁଲ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଞ୍ଚଳିକ ଭାଷା ପ୍ରତି ଅଧିକ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ଯେ ପୂର୍ବରୁ କଥାର ଆଦାନପ୍ରଦାନ ପାଇଁ ଅନେକ ମାଧ୍ୟମ ଥିଲେ ବି ଇଂରାଜୀକୁ ଜ୍ଞାନୀ ହେବାର ମାପକାଠି ବୋଲି ବିଚାର କରାଯାଉଥିଲା। ହେଲେ ପ୍ରକୃତରେ ଇଂରାଜୀ କେବଳ ଏକ ଯୋଗାଯୋଗର ମାଧ୍ୟମରେ ଜ୍ଞାନୀର ମାପଦଣ୍ଡ ନୁହେଁ। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଇଂରାଜୀ ଜାଣି ନାହାନ୍ତି କେବଳ ହିନ୍ଦୀ ଜାଣିଛନ୍ତି ସେମାନେ ଯେମିତି ପଛରେ ପଡ଼ି ନ ଯାଆନ୍ତି ଏଥିପ୍ରତି ଧ୍ୟାନ ଦେବା ଉଚିତ୍।

ଇଂରାଜୀ ଜାଣିନଥିବା ଯୋଗୁ ଅନେକ ଛାତ୍ରଛାତ୍ରୀ କିପରି ପାଠପଢ଼ିବାରେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି “ଇଂରାଜୀ ଭାଷା ଏକ ବାଧକ ସାଜୁଥିଲା। ଗାଁରୁ ସାସୁଥିବା ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ଡାକ୍ଟର, ଇଞ୍ଜିନିୟର ହେଉପାରୁନଥିଲେ। କାରଣ ସେମାନେ ଇଂରାଜୀରେ ସେତେ ପ୍ରବୀଣ ନଥିଲେ। ନୂଆ ଶିକ୍ଷାନୀତି ଇଂରାଜୀର ଚାରିପଟେ ଘୂରିବୁଲୁଥିବା ଭୃତ୍ୟ ମାନସିକତାରୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ଆଣିବ।”

ପିଲାମାନଙ୍କ ପାଠ୍ୟକ୍ରମ ନେଇ ମୋଦୀ କହିଛନ୍ତି “ ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ ଯେଉଁ ଗରିବ ପିଲାମାନେ ଇଂରାଜୀ ମିଡିୟମ୍‌ରୁ ଆସିନଥିବେ ସେମାନେ ବି ଇଞ୍ଜିନୟର ଓ ଡାକ୍ତର ହୋଇପାରିବେ। ଇଂରାଜୀ ଜାଣି ନଥିବା ଯୋଗୁ କେହିଁ ଯେମିତି ପଛକୁ ପଡ଼ି ନଯାଉ ଆମେ ଏହା ଚାହୁଁଛୁ। ”

Related Posts