ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲୋକାୟୁକ୍ତଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେଲେ  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଓଡ଼ିଶା ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ ଲୋକାୟୁକ୍ତ ସୁପ୍ରିମକୋର୍ଟରେ ଜାଲ୍ କାଗଜପତ୍ର ଦେଇଛନ୍ତି।

ସୂଚନା ଥାଉକି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତ ଦେଇଥିବା ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏବଂ ଲୋକାୟୁକ୍ତ ତାଙ୍କତାଙ୍କର ନିଜ ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଲୋକାୟୁକ୍ତ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ସୁପ୍ରିମକୋର୍ଟରେ ଲୋକାୟୁକ୍ତ ଏହି ମାମଲାର ଜାଲ୍ ଡକ୍ୟୁମେଣ୍ଟ ଦାଖଲ କରିଥିବା  ଅଭିଯୋଗ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସୂଚନାଯୋଗ୍ୟ ଯେ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢୁଛନ୍ତି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୧ ତାରିଖରେ ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ଅଦାଲତ ଅବମାନନା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହାଇକୋର୍ଟଙ୍କ ରାୟର ଜାଲ୍ କପି ନେଇ ସୁପ୍ରିମକୋର୍ଟ ଯାଇଥିବା ପ୍ରଦୀପ ଅଭିଯୋଗ କରିଥିଲେ । ଏତଦ୍ ବ୍ୟତୀତ ଲୋକାୟୁକ୍ତଙ୍କୁ କାର୍ଯ୍ୟକଳାପରୁ ନିବୃତ୍ତ ରଖିବାକୁ ପ୍ରଦୀପ ଆବେଦନ ମଧ୍ୟ କରିଥିଲେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଥିଲେ । ନିଜ ନାମରେ ଥିବା ଷଷ୍ଠ ମାମଲାରେ ଜାମିନ ପାଇବା ପରେ ୧୨ ଜୁନ୍‌ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଉକ୍ତ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ । ଠକେଇ ଅଭିଯୋଗରେ ଗତ ଡିସେମ୍ବରରୁ ଗିରଫ ହୋଇ ଜେଲରେ ଥିଲେ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

Related Posts