ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ ହୋଇଛି । ଗୁଳି ଇମ୍ରାନଙ୍କ ଗୋଡ଼ରେ ବାଜିଥିବା ବେଳେ ସେ ଆହାତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଓ୍ବଜିରାବାଦର ଆଲାଓ୍ବଲା ଚୌକରେ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ଏହି ରାଲି ଆୟୋଜନ କରାଯାଇଥିଲା ।ଇମ୍ରାନ ଖାନ ନିଜେ ମଧ୍ୟ ଉପସ୍ଥିତ ଥିଲେ । ତେବେ ସହରର ଜାଖର ଅଲ୍ଲୀ ଛକ ନିକଟରେ ଏହି ଗୁଳିକାଣ୍ଡ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏଥିରେ ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଗୁଳିମାଡ ପରେ ଇମ୍ରାନ ଖାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଏହି ଗୁଳିମାଡ଼ରେ ଇମ୍ରାନଙ୍କ ସମେତ ମୋଟ ୪ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଜଣକ ଏକ ଏକେ-୪୭ ବନ୍ଧୁକରୁ ଗୁଳି ଚଳାଇଥିବା ଜଣା ପଡ଼ିଛି। ତେବେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Related Posts