ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଲୋକସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ଫେସବୁକ୍ ଏବଂ ଟ୍ୱିଟର ପରି ବିଶ୍ୱସ୍ତରୀୟ କମ୍ପାନୀଗୁଡିକ ରାଜନେତା, ରାଜନୈତିକ ଦଳଗୁଡିକ ରାଜନୈତିକ କାହାଣୀ ଗଠନ ପାଇଁ ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆରେ ସବୁ ଦଳକୁ ସମାନ ସ୍ପେସ ପ୍ରଦାନ କରୁ ନାହିଁ ବୋଲି ଅନେକ ଥର ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଓ ଶାସକ ଦଳ ମିଶିଥିବାରୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହଁ ହେଉଛି । ଫଳରେ ସାମାଜିକ ସ୍ଥିତି ବିଗିଡିବାରେ ଲାଗିଛି । ଏହା ଆମ ଗଣତନ୍ତ୍ର ପାଇଁ ବିପଦ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ଏହା ସହ ସୋସିଆଲ ମିଡିଆରେ ଭାବପ୍ରବଣ ଭୁଲ ଜିନିଷ ମାଧ୍ୟମରେ ଯୁବକ ଏବଂ ବୟସ୍କଙ୍କ ମନରେ ଘୃଣା ବଢ଼ୁଛି । ଫେସବୁକ ପରି କମ୍ପାନୀଗୁଡ଼ିକ ଏହା ବିଷୟରେ ଅବଗତ କିନ୍ତୁ ସେମାନେ ଲାଭ ପାଇବା ପାଇଁ ଏହି ପ୍ରକାର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ବଡ଼ କମ୍ପାନୀ, କ୍ଷମତା କ୍ଷେତ୍ର ଏବଂ ଫେସବୁକ ପରି କମ୍ପାନୀଗୁଡ଼ିକ ମଧ୍ୟରେ ବିପଜ୍ଜନକ ମେଣ୍ଟ ବୃଦ୍ଧି ପାଉଛି । ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନିର୍ବାଚନ ରାଜନୀତିରେ ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ହସ୍ତକ୍ଷେପ ସମାପ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରୁଛି ।
ଏହା ଦଳ ଏବଂ ରାଜନୀତି ଉପରେ । ଆମକୁ ଗଣତନ୍ତ୍ର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ପଡ଼ିବ । ଯେ କେହି କ୍ଷମତାରେ ଥାଆନ୍ତୁ ନା କାହିଁକି ଏହା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ନିକଟରେ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟରେ କୁହାଯାଇଛି ଯେ ଫେସବୁକ ସରକାରର କ୍ଷମତାକୁ ଲାଭ ପହଞ୍ଚାଉଛି । ଏହି ପରି ଅନ୍ୟାନ୍ୟ ଅନେକ ରିପୋର୍ଟ ମଧ୍ୟ ଅଛି । ଅନେକ ସମୟରେ ଏହା ସାମ୍ନାକୁ ଆସିଛି ଯେ ସୋସିଆଲ ମିଡିଆର ବଡ଼ କମ୍ପାନୀଗୁଡ଼ିକ ଶାସକ ଦଳକୁ ସମର୍ଥନ କରନ୍ତି । ଫେସବୁକ ଅନେକ ଥର ନିୟମ ଭାଙ୍ଗିଛି । ଏଥିରେ ଶାସକ ଦଳମାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଭୁଲ ତଥ୍ୟ ଯେପରି ପ୍ରସାର ହେଉଛି ଏବଂ ଲୋକଙ୍କ ମନରେ ଘୃଣା ପୂର୍ଣ୍ଣ ହେଉଛି । ଏହା ଆମର ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରୁଛି ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।