ବେଙ୍ଗାଲୁରୁ: ୟାଦଗିର ଗୁରାମିଥକାଲ ତାଲୁକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ଏକା ବେଲେକେ ଚାଲିଗଲା ଗୋଟିଏ ପରିବାର ର ୬ ଜଣଙ୍କର ଜୀବନ । ଏଥିସହ ଜଣେ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି ।

ମୃତକମାନେ ହେଲେ ମହମ୍ମଦ ଓ୍ବାଜିଦ ହୁସେନ, ମହମ୍ମଦ ମଜହର ହୁସେନ, ନୁର ଜାହା ବେଗମ୍, ହିନା ବେଗମ , ଇମରାନ ଓ ଅମିଜା । ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ମଧ୍ୟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରାଇଚୁର ଜିଲ୍ଲାର ହଟି ଗାଁର ଗୋଟିଏ ପରିବାର ଏକ କାର ଯୋଗେ ତେଲେଙ୍ଗାନର କୋଡାଙ୍ଗାଲ ନିକଟରେ ଥିବା ଦର୍ଘାରୁ ଦର୍ଶନ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ୟାଦଗିର ଜିଲ୍ଲାର ଗୁରାମିଥକାଲ ତାଲୁକରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଏସପି ପହଞ୍ଚି ଆରମ୍ଭ କରିଥିବାବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।