ନବୀନଙ୍କୁ ଟେକିଲେ ମଲ…

ଭୁବନେଶ୍ୱର- କଂଗ୍ରେସ ଜାରୀ କଲା ଫତୱା । ନୂଆବର୍ଷରେ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଫତୱା ଜାରୀ କରାଯାଇଛି । ଅବଶ୍ୟ ଲିଖିତ ଭାବେ ଏହା ପ୍ରକାଶ ପାଇନାହିଁ କିନ୍ତୁ ଅଲିଖିତ ଭାବେ ଜଣାଇ ଦିଆଯାଇଛି । କଂଗ୍ରେସର କୌଣସି କର୍ମୀ ବା ନେତା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସେମାନଙ୍କ ପାଇଁ ମହଙ୍ଗା ପଡିପାରେ । କିଛି କୁହା ବୋଲା ନାହିଁ ସିଧା ସସପେଣ୍ଡ । ଯାହା ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ଯୋଗେଶ ସିଂଙ୍କ କ୍ଷେତ୍ରରେ ଘଟିଛି ।

jogesh singh suspended from congress
jogesh singh suspended from congress

ବିକାଶ ହେଉ କି ନହେଉ ବିରୋଧୀ ଦଳର କାମ କେବଳ ଶାସକ ଦଳ ଓ ସରକାରକୁ ବିରୋଧ କରିବ । ସରକାର ଭଲ କାମ କଲେ ବି କେହି ପ୍ରଶଂସା କରିପାରିବେ ନାହିଁ । ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ବି ସେଇଆ କରି ଦଣ୍ଡ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଓ ସେଥିପାଇଁ ତାଙ୍କୁ ଲୋକେ ନିର୍ବାଚିତ କରୁଛନ୍ତି କହି ଫସି ଯାଇଛନ୍ତି ଯୋଗେଶ । ୟୁପିଏ-୨ ସମୟରେ କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀ ମାନେ ବି ବାସ୍ତବତଃ ନବୀନ ସରକାରକୁ ପ୍ରଶଂସା କରିଛନ୍ତି । ଯଦିଓ ରାଜନୀତି ମଇଦାନରେ ବିରୋଧ ହୁଏ କିନ୍ତୁ ସରକାରୀ ସ୍ତରରେ ପ୍ରାୟତଃ ସମସ୍ତେ ପ୍ରଶଂସା କରିଛନ୍ତି ।

ତେଣୁ ଏହାକୁ ଦଳ ବିରୋଧୀ ବୋଲି କେମିତି କୁହାଯିବ ବୋଲି ବି ଯୋଗେଶ ଦଳ ଛାଡିବା ପୂର୍ବରୁ ପ୍ରଶ୍ନ ଛାଡି ଯାଇଛନ୍ତି । ଯଦିଓ ଆଲୋଚନା ହେଉଥିଲା ସେ ନବଙ୍କ ରାସ୍ତାରେ ଚାଲିପାରନ୍ତି ଓ ବିଜେଡିରେ ଯୋଗଦେଇ ପାରନ୍ତି କିନ୍ତୁ ଯୋଗେଶଙ୍କ ପଦକ୍ଷେପ ପୂର୍ବରୁ ତରବରିଆ ପଦକ୍ଷେପ ନେଇଗଲା କି କଂଗ୍ରେସ । ଏମିତି ଚର୍ଚ୍ଚା ଏବେ ରାଜନୀତିକ ମହଲରେ ଆଲୋଚନାର ଶୀରୋନାମା ପାଲଟି ଯାଇଛି ।

ଗୋଟିଏ ଦଳର ବିଧାୟକ ହୋଇ ଆଉ ଗୋଟିଏ ଦଳରେ ମିଶିବା ସମ୍ଭବ ନଥିଲା ଦୁଇ ବିଧାୟକଙ୍କ ପାଇଁ । ତଥାପି ସେମାନେ ଇସ୍ତଫା ଦେଇଛନ୍ତି । କିନ୍ତୁ ଇସ୍ତଫା ପୂର୍ବରୁ ଏମିତି କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ମନ ବଳାଉଛି କଂଗ୍ରେସ । ଏବେ ଯୋଗେଶ ବିଧାୟକ ପଦରୁ ଇସ୍ତଫା ଦେଇଥିବା ରାହୁଲଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି କିନ୍ତୁ ଯେ ପର୍ଯ୍ୟନ୍ତ ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ସେ ସ୍ୱାଧୀନ ବିଧାୟକ ହୋ ରହିବେ । ଏଣୁ ସେ ତାଙ୍କ ମର୍ଜି ଅନୁସାରେ ସମର୍ଥନ ମଧ୍ୟ ଦେବେ ।

ତେବେ ସବୁଠୁ ବଡ କଥା ହେଉଛି ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିବା ପୂର୍ବରୁ ତାଙ୍କ ସହ ଆଲୋଚନା କରି ନଥିବା ବା କାରଣ ଦର୍ଶାଅ ନୋଟିସ ପଠାଇ ନଥିବା ରାହୁଲଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି ଯୋଗେଶ । ଗତକାଲି ଦଳ ତରଫରୁ ତାଙ୍କୁ ସୋ’କଜ୍ କରାଯାଇଥିବା କୁହାଯାଇଥିବା ବେଳେ ସୋରିଶ ଫୁଟିଲେ ଖବର ପାଉଥିବା ମିଡିଆ ଏ ସୋ’କଜ୍ ବାବଦରେ ବି ଟେର ପାଇ ନଥିଲା । ଏବେ ପ୍ରଶ୍ନ ଉଠିଛି ଭାଗ ଭାଗ ହୋଇ ଯାଇନି ତ କଂଗ୍ରେସ । ପ୍ରସାଦ ହରିଚନ୍ଦନଙ୍କ ପରେ ନିରଂଜନଙ୍କ ନେତୃତ୍ୱକୁ ଗ୍ରହଣ କରିବା ଅନ୍ୟମାନଙ୍କ ପାଖରେ ଏତେ ଅସହଜ ହେଉଛି କାହିଁକି ?

Related Posts