ତୃତୀୟ ଲହର ଭୟ: ବେଙ୍ଗାଲୁରରେ ୧୦ ଦିନରେ ୫୦୦ ପିଲା ପଜିଟିଭ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ମହାମାରୀ ବିପଦ ଏବେ ବି ଟଳି ନାହିଁ।  ଦ୍ବିତୀୟ ଲହରୀ ଶେଷ ହୋଇନଥିବା ବେଳେ ଏବେ ତୃତୀୟ ଲହରୀ ଆସୁଥିବାର ସଙ୍କେତ ମିଳିଲାଣି । କୋଭିଡ୍ କଟକଣା କୋହଳ ହୋଇଥିବା ବେଳେ କିଛି ସ୍ଥାନରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି। ସବୁଠାରୁ ବଡ କଥା ହେଲା ଏବେ ସ୍କୁଲ ଖୋଲାଯିବା କାରଣରୁ ପିଲାଙ୍କ ଉପରେ ବିପଦ ବଢିବାରେ ଲାଗିଛି। କର୍ଣ୍ଣାଟକର ବେଙ୍ଗାଲୁରରେ ଏଭଳି ଫଳାଫଳ ଦେଖିବାକୁ ମିଳିଛ।

 ବେଙ୍ଗାଲୁରରେ ଅଗଷ୍ଟ ମାସର ପ୍ରଥମ ଦଶ ଦିନରେ ୪୯୯ ପିଲା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ୦ ରୁ ୯ ବର୍ଷ ବୟସର ପ୍ରାୟ ୮୮ ପିଲା ଏବଂ ୧୦ ରୁ ୧୯ ବର୍ଷ ବୟସର ୩୦୫ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଗତ ପାଞ୍ଚ ଦିନ ମଧ୍ୟରେ ୪୯୯ ଟି ମାମଲା ମଧ୍ୟରୁ ୨୬୩ ପିଲା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି ।  ସେଥିମଧ୍ୟରୁ ୮୮ପିଲା ୦ ରୁ ୯ବର୍ଷ ମଧ୍ୟରେ ଏବଂ ୧୭୫ ପିଲାଙ୍କ ବୟସ ୧୦ ରୁ ୧୯।  

କର୍ଣ୍ଣାଟକକୁ ଛାଡି ଯଦି ଉତ୍ତର ଭାରତର କଥା ହେବା ତେବେ ସ୍କୁଲ-କଲେଜ ଖୋଳିବା ପରେ କରୋନା ବ୍ୟାପିବାର ପ୍ରକୋପ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ପ୍ରାୟ ୬୨ ଜଣ ଛାତ୍ର କୋଭିଡ୍ ପଜିଟିଭ ହୋଇଛନ୍ତି, ପଞ୍ଜାବରେ ମଧ୍ୟ ୨୭ ସ୍କୁଲ ଛାତ୍ରଛାତ୍ରୀ କରୋନା ପଜିଟିଭ ହୋଇଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଏ ଦିଗରେ କଡା ପଦକ୍ଷେପ ମଧ୍ୟ ନେଇଛି। 

 ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ସଂଖ୍ୟା ତିନି ଗୁଣରୁ ଅଧିକ ହୋଇପାରେ, ଅଭିଭାବକମାନଙ୍କୁ ପ୍ରଥମେ ଏବଂ ପରେ ସେମାନଙ୍କ ପିଲାମାନଙ୍କୁ ଟୀକାକରଣ କରିବାକୁ ପରାମର୍ଶ ଦିଆଯାଇଛି।

 ହାରାହାରି, ରାଜ୍ୟରେ ୧୫୦୦ ରୁ ଅଧିକ କୋଭିଡ ମାମଲା ପଞ୍ଜିକୃତ ହୋଇଛି ଏବଂ ଏପର୍ଯ୍ୟନ୍ତ ୧୫୯୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 ୦ ରୁ ୯ ବର୍ଷ ବୟସ ମଧ୍ୟରେ ଅନ୍ତତ ପକ୍ଷେ ୧୯ ପିଲାଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ରୁ ୧୯ ବର୍ଷ ବୟସର ୨୬ ପିଲା ପ୍ରାଣ ହରାଇଛନ୍ତି । ସେହିପରି ୦ ରୁ ୧୯ ବର୍ଷର ୪୫ ପିଲାଙ୍କର ମୃତ୍ୟୁ ହୋଇଛି।  ୨୦ ରୁ ୩୦ ବର୍ଷ ବୟସର ୨୭୯ ଜଣ ଲୋକ କୋଭିଡ୍ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

Related Posts