କ୍ଷମତା ଲଢେଇ : ତାଲିବାନ ଓ ହକ୍କାନୀ ନେଟ୍‌ଓ୍ୱାର୍କ ମଧ୍ୟରେ ଗୁଳିମାଡ, ମୁଲ୍ଲା ବରାଦର ଆହତ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସତ୍ତା ପାଇଁ ତାଲିବାନ ମଧ୍ୟରେ ଆରମ୍ଭ ହୋଇଛି କ୍ଷମତା ଲଢେଇ । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ପାଖାପାଖି ୧୫ ଦିନ ବିତିଯାଇଥିଲେ ମଧ୍ୟ ଶାସନ ମୁଖ୍ୟ କିଏ ହେବ ତାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ । ଏହାରି ମଧ୍ୟରେ ପାକିସ୍ତାନ ସମର୍ଥିତ ହକ୍କାନୀ ନେଟୱର୍କ ଓ ତାଲିବାନ ନେତୃତ୍ୱ ମଧ୍ୟରେ କ୍ଷମତାକୁ ନେଇ ସଂଘର୍ଷ କରୁଥିବା ଖବର ସାମ୍ନାକୁ ଆସିଛି । 

ମିଳୁଥିବା ସୂଚନା ମୁତାବକ, ତାଲିବାନ ଓ ହକ୍କାନୀ ନେଟ୍‌ୱର୍କ ମଧ୍ୟରେ ଗୁଳିମାଡ ହୋଇଛି। ଏବଂ ଏଥିରେ ତାଲିବାନ ମୁଖ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ଆହତ ହୋଇଥିବା ଜଣାପଡ଼ିଛି। ଦୋହା ଠାରେ ହୋଇଥିବା ଶାନ୍ତି ଆଲୋଚନାରେ ଏକ ଅନ୍ତର୍ଭୂକ୍ତ ସରକାର ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ, ହକ୍କାନି ନେଟୱାର୍କର ଆତଙ୍କବାଦୀଙ୍କ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। 

ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଚାହୁଁଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ। କିନ୍ତୁ ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ଏବଂ ତାଙ୍କର ମାଓବାଦୀ ଗୋଷ୍ଠୀ ହକ୍କାନୀ ନେଟୱାର୍କ ମଧ୍ୟରୁ କାହାକୁ ବି  କ୍ଷମତା ବାଣ୍ଟିବାକୁ ଚାହୁଁନାହାଁନ୍ତି। 

ପଞ୍ଜଶିର ଅବଜରଭର ଏବଂ NFR ଙ୍କ ରିପୋର୍ଟ ମୁତାବକ , ତାଲିବାନ ଏବଂ ହକ୍କାନୀ ନେଟୱାର୍କ ମଧ୍ୟରେ ଗୁଳି ମାଡ ମଧ୍ୟ ହୋଇଥିଲା। ଏଥିରେ ତାଲିବାନ ମୁଖ୍ୟ ବରାଦର ଆହତ ହୋଇଥିବା ସୂଚନା ମିଳିଛି। 

ସଙ୍ଘର୍ଷ ଦେଖାଦେବା ପରେ ମଧ୍ୟ ତାଲିବାନ ସରକାର ଗଠନ କରିବା ନିଷ୍ପତ୍ତିକୁ ଘୋଷଣାକୁ ସ୍ଥଗିତ ରଖାଯାଇଛି। କାରଣ ସରକାରଙ୍କ ନେତୃତ୍ୱ ନେଉଥିବା ବରାଦରଙ୍କ ଚିକିତ୍ସା ଚାଲିଛି। କୁହାଯାଉଛି ଯେ, ହକ୍କାନୀ ନେଟୱାର୍କ ଚାହୁଁଛି ଯେ ଆଫଗାନିସ୍ତାନରେ ମଧ୍ୟଯୁଗୀୟ ଭଳି ସରକାର ଗଠନ ହେଉ ଏବଂ ଏଥିରେ କିଛି ବି ଆଧୁନିକତା ନରହୁ।  କିନ୍ତୁ ତାଲିବାନ ଏହାର ବିରୋଧ କରୁଛି ।

ହକ୍କାନୀ ନେଟୱାର୍କ କହିଛି ଯେ, ସେ କାବୁଲକୁ ହାସଲ କରିଛି ଏବଂ ଆଫଗାନିସ୍ତାନର ରାଜଧାନୀ ଉପରେ ତା’ର ହିଁ ପ୍ରଭୃତ୍ବ ଜାରି ରହିଛି। ଅନ୍ୟ ପକ୍ଷରେ  ତାଲିବାନ ଏବଂ ହକ୍କାନୀ ନେଟ୍‌ୱର୍କ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ମଧ୍ୟରେ ନିଆଁରେ ଘିଅ ଢ଼ାଲୁଛି ପାକିସ୍ତାନ। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ପ୍ରମୁଖ ଲେଫ୍ଟନାଣ୍ଟ ଜେନରାଲ ଫେଜ ହମିଦ ବର୍ତ୍ତମାନ କାବୁଲରେ ଅଛନ୍ତି। 

ସେ ଦୁଇ ଦଳ ମଧ୍ୟରେ ଆଲୋଚନା କରି ହକ୍କାନୀ ନେଟୱର୍କ ସପକ୍ଷରେ ଯେପରି ସରକାର ଗଠନ କରିପାରିବେ ସେଥିପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି। ଏହାପୂର୍ବରୁ ପାକିସ୍ତାନ ହକ୍କାନୀ ନେଟୱର୍କ ବ୍ୟବହାର କରି କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଦୁଇଥର ଆତଙ୍କବାଦୀ ଆକ୍ରମଣ କରିଥିବାର ସୂଚନା ମିଳିଛି । 

ତେବେ ହାମିଦ କାବୁଲରେ ରହିବାର ଦ୍ୱିତୀୟ କାରଣ ହେଉଛି ଯେ, ସେ ଏଠାରେ ତାଲିବାନ ଏବଂ ପଞ୍ଜଶିର ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ଲେଢ଼ଇର ମୂଳ କାରଣ କ’ଣ ତାହା ଜାଣିବାକୁ ଯାଇଛନ୍ତି। ଏହି ସଙ୍ଘର୍ଷ ଭିତରୁ ଏହା ସ୍ପଷ୍ଟ ହୋଇଛି ଯେ ତାଲିବାନ ବର୍ତ୍ତମାନ କେବଳ ହକ୍କାନୀ ନେଟୱର୍କ ନୁହେଁ ପାକିସ୍ତାନର ମଧ୍ୟ ଚାପର ସମ୍ମୁଖୀନ ହୋଇଛି।

Related Posts