
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ପ୍ରତିଦିନ 700 ଟନ୍ ଅମ୍ଳଜାନ ଆବଶ୍ୟକ କରୁଥିବା ବେଳେ ଗତ କାଲି କେନ୍ଦ୍ର ସରକାର ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦେଇଛନ୍ତି। ଏଥିପାଇଁ ଆଜି କେଜ୍ରିୱାଲ ଚିଠି ଲେଖି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଦିଲ୍ଲୀର ଲୋକଙ୍କ ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ଯଦି କେନ୍ଦ୍ର ସରକାର ସବୁଦିନ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦେବେ, ତା’ହେଲେ ଦିଲ୍ଲୀରେ ଆଉ କେହି ଅମ୍ଳଜାନ ଅଭାବାରୁ ପ୍ରାଣ ହରାଇବେ ନାହିଁ । “

ଜାତୀୟ ରାଜଧାନୀକୁ ଅମ୍ଳଜାନ ଯୋଗାଣକୁ ନେଇ ସୁପ୍ରିମକୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ AAP ସରକାର ଓ କେନ୍ଦ୍ର ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଏହି ଚିଠି ଆସିଛି। ଆଜି ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ କେନ୍ଦ୍ର କହିଛି ଯେ ଦିଲ୍ଲୀର 50 ରୁ ଅଧିକ ବଡ ଡାକ୍ତରଖାନାରେ ଏକ ସର୍ଭେ କରାଯାଇଛି ଯେଉଁଥିରେ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଥିବା ଜଣାପଡିଛି। ଦିଲ୍ଲୀରେ ଅମ୍ଳଜାନର ଅଭାବ ନାହିଁ । ଦିଲ୍ଲୀକୁ ପ୍ରତିଦିନ 700 ଟନ୍ ଅମ୍ଳଜାନ ଯୋଗାଇବାକୁ କେନ୍ଦ୍ର ଅନିଚ୍ଛା ପ୍ରକାଶ କରିଥିଲା। ଯେତେବେଳେ କୋର୍ଟ କହିଥିଲେ ଯେ ଦିଲ୍ଲୀକୁ ଅମ୍ଳଜାନ ଦେବାକୁ ପଡିବ, ତେବେ କେନ୍ଦ୍ର କହିଛି ଯେ ଯଦି ଏହା ଦିଲ୍ଲୀକୁ ଏତେ ଅମ୍ଳଜାନ ଯୋଗାଏ ତେବେ ଅନ୍ୟ ରାଜ୍ୟରେ ଅଭାବ ଦେଖାଦେଇବ। ଦିଲ୍ଲୀ ସରକାର କୋର୍ଟରେ କହିଛନ୍ତି ଯେ ‘ଆବଣ୍ଟନ କେବଳ କାଗଜରେ ନୁହେଁ, ଏହାକୁ ବାସ୍ତବତାରେ ପରିଣତ କରିବାକୁ ପଡ଼ିବ। ଆମେ ଆଇସିୟୁ ରୋଗୀଙ୍କୁ କହି ପାରିବୁ ନାହିଁ ଯେ ତାଙ୍କୁ କେବଳ 24 ଲିଟର ଅମ୍ଳଜାନ ଦିଆଯାଇପାରିବ କାରଣ କେନ୍ଦ୍ର 36 ଲିଟର ଦେବାକୁ ମନା କରିଦେଇଛି।’ ଦିଲ୍ଲୀ ସରକାର କହିଛନ୍ତି,” ଆମେ ଆଇଆଇଟି, ଆଇଆଇଏମ୍, ଡିଆରଡିଏ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ସେନା ପର୍ଯ୍ୟନ୍ତ ସହାୟତା ମାଗିଛୁ। ଅମ୍ଳଜାନ ଆବଣ୍ଟନ ବିଷୟରେ କେନ୍ଦ୍ର ସରକାର ଯାହା କହୁଛନ୍ତି, କେଉଁ ପ୍ରଣାଳୀରେ, ସମଗ୍ର ଦେଶରେ ଅମ୍ଳଜାନ ବଣ୍ଟନ କିପରି ହେଉଛି, କେନ୍ଦ୍ର ସରକାର ଏସବୁ ଆଫିଡେଭିଟରେ ଦାଖଲ କରିବା ଉଚିତ।”