ଚତୁର୍ଥ ଥର ପାଇଁ ସୋନିଆ ଗାନ୍ଧୀ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବସିବାକୁ ଯାଉଛି ବୈଠକ: ବନ୍ଦ କୋଠରୀ ମଧ୍ୟରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି

ନୂଆଦିଲ୍ଲୀ: ନିଜ ଭୁଲ ସୁଧାରିବାକୁ ଅଂଟା ଭିଡିଛି କଂଗ୍ରେସ | ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗେସ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି | ଦଳ ମଧରେ ଆରମ୍ଭ ହୋଇଗଲାଣି ମାନସ ମନ୍ଥନ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଦଳର ଶୀର୍ଷ ନେତା ଓ ରାଜଧାନୀରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ ଭୂଷଣଙ୍କ ସହ ମଙ୍ଗଳବାର ବୈଠକ କରିଛନ୍ତି ।

ସୂତ୍ରରୁ ଜଣାପଡିଛି ଯେ, ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ କମଲ ନାଥ, ଦିଗଭଜୟ ସିଂ, ମୁକୁଲ ୱାସନିକ, କେସି ଭେନୁଗୋପାଲ, ଜୟରାମ ରମେଶ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି ଏବଂ ରଣଦୀପ ସୁରଜେୱାଲାଙ୍କ ସମେତ କଂଗ୍ରେସ ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଗତ ଚାରି ଦିନ ମଧ୍ୟରେ ସୋନିଆ ଗାନ୍ଧୀ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହା ହେଉଛି ତୃତୀୟ ବୈଠକ ।

ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧୀ ଏବଂ ପ୍ରଶାନ୍ତ କିଶୋର ଆଜି ପୁଣିଥରେ ବୈଠକ କରିବେ । ରାଜସ୍ଥାନ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ସାମିଲ ହେବେ । ପ୍ରଥମ ବୈଠକ ଏପ୍ରିଲ ୧୬, ଦ୍ୱିତୀୟଟି ଏପ୍ରିଲ ୧୮ରେ ଅନୁଷ୍ଠିତ ହୋଇଥିଲା । ସୂତ୍ର ଅନୁସାରେ, ଆଗାମୀ ଦିନରେ ଏମିତି ଆହୁରି ଦୁଇଟି ବୈଠକ ହେବାର ସୂଚନା ରହିଛି ।

ଏହାପୂର୍ବରୁ ଭେନୁଗୋପାଲ କହିଥିଲେ ଯେ କିଶୋର ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ ସହିତ ବିସ୍ତୃତ ଉପସ୍ଥାପନା କରିଛନ୍ତି । ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ କଂଗ୍ରେସ ଦଳରେ କିଶୋରଙ୍କ ଭୂମିକା ଜଣା ପଡିବ । ରିପୋର୍ଟ ଅନୁଯାୟୀ, କିଶୋର ପ୍ରସ୍ତାବ ରଖିଛନ୍ତି ଯେ, ଉତ୍ତରପ୍ରଦେଶ, ବିହାର ଏବଂ ଓଡିଶାରେ ଏକାକୀ ଲଢିବା ଉଚିତ ।

ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ମିଳିତ ମଞ୍ଚ ଗଠନ କରିବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ୨୦୨୪ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ୩୭୦ ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବା ଉଚିତ ବୋଲି କିଶୋର କହିଛନ୍ତି । ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ପୃଷ୍ଠଭୂମିରେ ଏହି ସଭାଗୁଡ଼ିକ ମଧ୍ୟ ଅନୁଷ୍ଠିତ ହେଉଛି । ପାଞ୍ଚଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ​​ବିବାଦ ପରେ କଂଗ୍ରେସ କିଶୋରଙ୍କ ସହିତ ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରୁଛି ।

Related Posts