ସରିଲା ଧାନକଟା ଛୁଟି, ଏଥର ସ୍କୁଲକୁ ଫେରିବେ ଜୟ

Baijayant Jay Panda Will Form A New Party

ଭୁବନେଶ୍ୱର – ନୂଆ ପାର୍ଟି ଗଢ଼ିବେ ବୈଜୟନ୍ତ ପଣ୍ଡା । ରିସ୍କ ନେବେ ପଛେ କରିକି ଦେଖେଇବେ । ଜାତୀୟ ଗଣମାଧ୍ୟମ ଦି ଇଣ୍ଡିଆନ ଏକ୍ସପ୍ରେସକୁ ବୈଜୟନ୍ତ ଦେଇଥିବା ସାକ୍ଷାତକାରକୁ ଭଲଭାବେ ଅନୁଶୀଳନ କଲେ କିଛି ଏମିତି ବାର୍ତ୍ତା ଆସୁଛି । ସେ ବିଜେପି ପ୍ରତି ମୁହଁ ମୋଡି ସାରିଥିବା ବେଳେ ନୂଆ ଦଳ ଗଢ଼ିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଜୟ ପଣ୍ଡା ।

ବିଜେଡିରୁ ଇସ୍ତଫା ଦେଇ ବି ନିଜ ଭବିଷ୍ୟତ ନେଇ ସର୍ବଦା ନୀରବ ରହୁଥିବା ଜୟ ପଣ୍ଡା କିନ୍ତୁ ଏଥର ମୁହଁ ଖୋଲିଛନ୍ତି । ଦିଲ୍ଲୀ ଠାରେ ନିଜର ପୁସ୍ତକ ଉନ୍ମୋଚନ ଅବସରରେ ଦି ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ବିଜେପି ପ୍ରତି ଥିବା ଅଭିମାନ ଓଗାଳିଛନ୍ତି । ବୈଜୟନ୍ତ କହିଛନ୍ତି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ଦେଖାଇବା କିଛି ଅଲଗା ସନ୍ଦେଶ ଦେଉଛି । ତେଣୁ ରାଜ୍ୟରେ ବିଜେପିର ଆଭିମୁଖ୍ୟ ଓ ଭୁମିକା ନେଇ ସନ୍ଦେହ ପ୍ରକଟ କରିଛନ୍ତି ଜୟ ।

Baijayanta Jay Panda
Baijayanta Jay Panda

ଠିକ ସେମିତି ବିଜେପିର ଏଭଳି ଆଭିମୁଖ୍ୟ କଂଗ୍ରେସକୁ ରାଜ୍ୟରେ ଦୁଇ ନମ୍ବର ଦଳ ଭାବେ ଉଭା କରିବ ବୋଲି ଆଶଙ୍କା କରିଛନ୍ତି ବୈଜୟନ୍ତ । ଅନ୍ୟପକ୍ଷରେ ନିଜେ ରିସ୍କ ନେଇ ନୂଆ ଦଳ ଗଢ଼ିବେ ବୋଲି ଦେଇଛନ୍ତି ଇସାରା । ଏକ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି ଦୁଇ ଚାରି ସପ୍ତାହ ଭିତରେ ନିଷ୍ପତି ନେବି ଆଗକୁ କଣ କରିବି । କିନ୍ତୁ ନୂଆ ଦଳ ଗଢ଼ିବାକୁ ସମୟ ବାଧା ଦେବ ନାହିଁ ବୋଲି ସେ କହିଛନ୍ତି ।

ବିଜେପିର ଗୋଟିଏ ମହଲରେ ଯାହା ଚର୍ଚ୍ଚା ହେଉଥିଲା, ତାହା ଆପାତତଃ ଘଟିବାକୁ ଯାଉଛି । ବୈଜୟନ୍ତଙ୍କୁ ବିଜେପି ଅପ୍ସନ ଦେବାକୁ ଚାହୁଁଥିଲା । ନିସର୍ତ୍ତ ଭାବେ ଦଳରେ ଯୋଗ ଦିଅନ୍ତୁ ଅଥବା ନୂଆ ପାର୍ଟି ଗଢ଼ି ବିଜେଡିକୁ ଦୁର୍ବଳ କରାନ୍ତୁ । ବୈଜୟନ୍ତଙ୍କ ପାର୍ଟିକୁ ବିଜେପି ଆର୍ଥିକ ଓ ନୈତିକ ସହଯୋଗ ଯୋଗାଇବ । ଯଦି ଜୟ ସଫଳ ହେଲେ ତାହାହେଲେ ନବୀନ ବିରୋଧୀ ସରକାରରେ ତାଙ୍କର ଦାମ୍ ବଢ଼ିବ । ନଚେତ ବିଜେପିରେ ବିଲୟ ହେବ ନୂଆ ଦଳ ।

ଆଉ ଏକ ଚର୍ଚ୍ଚା ବି ହେଉଛି । କେନ୍ଦ୍ରରେ ବିଜେପିର ଆତ୍ମ ବିଶ୍ୱାସ ଟିକିଏ କମିବା କାରଣରୁ ନବୀନଙ୍କ ଗୁରୁତ୍ୱ ବଢ଼ିଛି । ଭିତରେ ଭିତରେ ଗଠବନ୍ଧନ ହୋଇଛି ଦୁଇ ଦଳ ଭିତରେ । ତେଣୁ ବିଜେଡିର ସହଯୋଗ ପାଇଁ ବୈଜୟନ୍ତଙ୍କୁ ଦୂରେଇ ରଖିବାକୁ ନବୀନ ସର୍ତ୍ତ ରଖିଥିବା ବି କୁହାଯାଉଛି । ଏହାକୁ ନେଇ ଏବେ ବୈଜୟନ୍ତ ଯେ ନିର୍ବାଚନ ପୂର୍ବରୁ ନିଶ୍ଚିତ ଏକ ନୂଆ ଦଳ ଗଢ଼ି ନବୀନଙ୍କ ବିରୋଧରେ ରଣହୁଙ୍କାର ଦେବେ ଏଥିରେ କୌଣସି ସନ୍ଦେହ ନାହିଁ ।

Related Posts