ଅପସରାଙ୍କୁ ପଦବୀ ଦେଇ କିନ୍ନରଙ୍କ ନିଜର ହେଲା କଂଗ୍ରେସ

Apsara Reddy Appointed Congress's First Transgender Officebearer

ନୂଆଦିଲ୍ଲୀ – ଅଭିଯୋଗ ଉଠେ ରାଜନୀତିରେ କିନ୍ନରଙ୍କୁ ମିଳୁନି ସୁଯୋଗ । ସରଂକ୍ଷଣର ସଡକରେ ଚାଲିବାକୁ ଯେମିତି କିନ୍ନରଙ୍କ ଅଧିକାର ନାହିଁ । କିନ୍ତୁ ଏହି ଅଭିଯୋଗ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି କଂଗ୍ରେସ । ଦେଶର ସର୍ବ ପ୍ରଥମ ରାଜେନୈତିକ ଦଳ ଭାବେ ଭାରତୀୟ ଜାତୀୟ କଂଗ୍ରେସ ଜଣେ କିନ୍ନରଙ୍କୁ ଏହାର ଜାତୀୟ ସ୍ତରର କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପ୍ରଦାନ କରିଛି । ଯାହା ଆଗାମୀ ଦିନର ଭୋଟ ରାଜନୀତି ଉପରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ମିଳିଥିବା ଖବର ଅନୁସାରେ, କିନ୍ନର ଅପସରା ରେଡ୍ଡୀଙ୍କୁ କଂଗ୍ରେସର ମହିଳା ସଂଗଠନର ସାଧାରଣ ସଂପାଦିକା ଭାବେ ନିଯୁକ୍ତି ମିଳିଛି । ଅପସରା ଜଣେ ସାମ୍ବାଦିକା ଓ ସାମାଜିକ କର୍ମୀ ଭାବରେ ବେଶ ଜଣାଶୁଣା । ତେବେ ଅପସରା ଜଣେ ଦକ୍ଷ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କର ଯୋଗଦାନ ଦଳ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ ।

Related Posts