ଗୁଜରାଟ ପୂର୍ବତନ ସିଏମ ୫୦୦ କୋଟି ଟଙ୍କା ଦୁର୍ନିତୀ ରେ ସଂପୃକ୍ତ ଅଭିଯୋଗ ଉପରେ କଂଗ୍ରେସ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ବିଜୟ ରୁପାନୀ

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଙ୍କ ବିରୋଧରେ ଆସିଥିବା ୫୦୦ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏଥିସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଆମେରିକାରୁ ଫେରିବା ପରେ ରୁପାନି ଆକ୍ସନ ମୁଡ କୁ ଆସି ସୋମବାର ବିରୋଧୀ ଦଳ ନେତା ସୁଖରାମ ରଥୱା ଏବଂ ତାଙ୍କ ଦୁଇ ସହକର୍ମୀଙ୍କୁ ଆଇନଗତ ନୋଟିସ ପଠାଇ କଥିତ ଦୁର୍ନୀତିରେ ତାଙ୍କ ସଂପୃକ୍ତିର ପ୍ରମାଣ ଦେବାକୁ କହିଛନ୍ତି।

ଯଦି ସେମାନେ ପ୍ରମାଣ ଦେବାରେ ବିଫଳ ହୁଅନ୍ତି ଏବଂ ୧୫ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ରୁପାନି କହିଛନ୍ତି ଯେ ସେ ସେମାନଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବେ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ନେତୃତ୍ୱରେ ବିଜେପି ସରକାର ସାହାରା ଇଣ୍ଡିଆ ହୋମ କର୍ପୋରେସନକୁ ଉପକୃତ କରିବା ପାଇଁ ରାଜକୋଟ ସହରାଞ୍ଚଳ ବିକାଶ ପ୍ରାଧିକରଣ (ରୁଡା)ର ଜମିର ଜୋନିଂକୁ ଆବାସିକରୁ ଶିଳ୍ପକୁ ପରିବର୍ତ୍ତନ କରିଥିଲେ।
ଗୁଜୁରାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାନି କହିଛନ୍ତି, ସୋମବାର ମୁଁ ଆମେରିକାରୁ ଫେରି ମୋର ଓକିଲମାନଙ୍କୁ ଭେଟିଥିଲି। ମୁଁ କଂଗ୍ରେସ ନେତାମାନଙ୍କୁ ଆଇନଗତ ନୋଟିସ ପଠାଇଛି। ମୁଁ କୌଣସି ଅଭିଯୋଗକୁ ଗ୍ରହଣ କରୁନାହିଁ। କାରଣ, ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେଥିପାଇଁ ସେମାନେ ଆଗତ କରିଥିବା ଅଭିଯୋଗର ପ୍ରମାଣ ୧୫ ଦିନ ମଧ୍ୟରେ ଦେବାକୁ ନଚେତ କ୍ଷମା ପ୍ରାର୍ଥନା କରିବାକୁ କହିଛି। କାରଣ, ମୋର କାର୍ଯ୍ୟକାଳ ଅତ୍ୟନ୍ତ ସ୍ୱଚ୍ଛ ଥିଲା ଏବଂ ଆମ ସରକାର ବିକାଶ ପାଇଁ କାର୍ଯ୍ୟ କରିଥିଲି । ସେମାନେ ଏପରି ଅଭିଯୋଗ ଆଣି ମୋ ପ୍ରତିଛବିଙ୍କୁ ମଳିନ କରିବା ପାଇଁ ଚେଷ୍ଟା କରିଛନ୍ତି ।

Related Posts