ତାଲିବାନ ସହ ହାତ ମିଶାଇଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହଶମତ ଘନି : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ଲାଗିଲା ଶକ୍ତ ଝଟକା ।  ରିପୋର୍ଟ ଅନୁଯାୟୀ ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଶରଣ ନେଇଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି ଏବଂ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ ତାଲିବାନ ନେତା ଖଲିଲ ଉର ରହମାନ ଏବଂ ଇସଲାମ ପଣ୍ଡିତ ମୁଫତି ମହମୁଦ ଜାକିର ଉପସ୍ଥିତ ଥିଲେ। 

ଏହି ଖବର ଏବେ ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ଏକ ଶକ୍ତ ଧକ୍କା ଦେଇଥିବା ବେଳେ ଏହାପୂର୍ବରୁ 12 ବିଲିୟନ କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ଅଭିଯୋଗ ହୋଇଥିଲା।  ତେବେ ଘାନି ନିଜେ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ସେ କେବଳ ସାଲୱାର କମିଜ ଏବଂ ଜୋତା ହଳେ ନେଇ ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିଲେ।  ବୁଧବାର ଆଶ୍ରାଫ ଘାନି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ କାବୁଲକୁ ତାଲିବାନ ଘେରି ରହିଥିଲା ​​ଏବଂ ସେ ରକ୍ତପାତ ବନ୍ଦ କରିବାକୁ ଦେଶ ଛାଡିଚାଲିଯାଇଥିଲେ।

ତେବେ ଏହା ମଧ୍ୟରେ ଘାନିଙ୍କ ଝିଅର ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ସେ ନ୍ୟୁୟର୍କରେ ବୁଲୁଥିବାର ଦେଖିବାକୁ ମିଳିଛି। 42 ବର୍ଷିୟ ମାରିଆନ୍ ଘାନି ଗୁରୁବାର ଦିନ ଜଣେ ସାଙ୍ଗଙ୍କ ସହ ଦେଖା କରିଥିଲେ।  ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ମରିୟମ ଘାନି ବର୍ଷ ବର୍ଷ ଧରି ନ୍ୟୁୟର୍କରେ ରହୁଥିଲେ।  ସେ ବ୍ରୁକଲିନ୍ କ୍ଲିଣ୍ଟନ୍ ହିଲ୍ ନିକଟରେ ଥିବା ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି। କୁହାଯାଏ ଯେ ଭିଜୁଆଲ୍ କଳାକାର ତଥା ଚଳଚ୍ଚିତ୍ର ନିର୍ମାତା ମରିୟମଙ୍କର ଜନ୍ମ ଏବଂ ଲାଳନ ପାଳନ ଆମେରିକାରେ ହୋଇ ଥିଲା।  ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ମରିୟମ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।  ସେ ଆମେରିକୀୟମାନଙ୍କୁ ତାଲିବାନ ଦ୍ୱାରା ପ୍ରଭାବିତ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ପାଇଁ ଓକିଲାତି କରିବାକୁ ଉତ୍ସାହିତ କରୁଛନ୍ତି।  

Related Posts