ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇ କର୍ଣ୍ଣାଟକର ୭ ଜଣ ଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ

କର୍ଣ୍ଣାଟକ: କର୍ଣ୍ଣାଟକର ଗଡାଗ ଜିଲ୍ଲାର ୭ ଜଣ ଶିକ୍ଷକ ନିଳମ୍ବିତ । ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇ ହଟହଟା ହେଇଛନ୍ତି ଏହି ଶିକ୍ଷକ । ଫଳସ୍ୱରୁପ ତାଂକୁ କାର୍ଯ୍ୟରୁ ନିଲମ୍ବିତ କରଯାଇଛି । କର୍ଣ୍ଣାଟକର ୭ ଜଣ ଶିକ୍ଷକଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକର ଗଡାଗ ଜିଲ୍ଲାର ୭ ଜଣ ଶିକ୍ଷକ ଏସଏସଏଲସି ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିବାରୁ ନିଲମ୍ବିତ କରାଯାଇଥିବା ଜାଣିବାକୁ ମିଳିଛି। ଗଡାଗର ସିଏସ ପାଟିଲ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସିଏସ ପାଟିଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ଘଟଣାରେ ଦୁଇ ଜଣ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ କର୍ଣ୍ଣାଟକ ବିଦ୍ୟାଳୟ ଭିତରେ ହିଜାବ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ। ଅଦାଲତ ରାୟ ଦେଇଥିଲେ ଯେ ହିଜାବ ପିନ୍ଧିବା ଇସଲାମର ନୀତି ନିୟମ ଅଧୀନରେ ଆସେ ନାହିଁ। ତେଣୁ ହିଜାବ ଉପରେ ପ୍ରତିବନ୍ଧକ ଯୁକ୍ତିଯୁକ୍ତ ଏବଂ ଛାତ୍ରୀମାନେ ଏହାକୁ ବିରୋଧ କରିପାରିବେ ନାହିଁ।

ଅନ୍ୟପକ୍ଷରେ କର୍ଣ୍ଣାଟକର ଉଡୁପି ଜିଲ୍ଲାର ଚାଳିଶ ଜଣ ମୁସଲମାନ ଛାତ୍ରୀଙ୍କୁ ହିଜାବ ପିନ୍ଧିବା ପାଇଁ ଅନୁମତି ନ ମିଳିବାରୁ ସେମାନେ ପରୀକ୍ଷା ବର୍ଜନ କରିଥିବା ଜାଣିବାକୁ ମିଳିଛି ।

Related Posts