ଅକ୍ଟୋବର ୨ରୁ କଂଗ୍ରେସର “ଭାରତ ଯୋଡ ଯାତ୍ରା”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ସାରା ଦେଶରେ “ଭାରତ ଯୋଡ଼ ଯାତ୍ରା” ଆରମ୍ଭ କରିବାକୁ ଯାଉଛି। ଏହି ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜୁଲାଇ ୧୪ ରେ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ କଂଗ୍ରେସ ର ସଂଗଠନ ସାଧାରଣ ସମ୍ପାଦକ କେ.ସି ବେଣୁଗୋପଳ ସୂଚନା ଦେଇଛନ୍ତି। ଏହି ବୈଠକ ରେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସମସ୍ତ ସାଧାରଣ ସମ୍ପାଦକ ଓ ସମସ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ ର ସଭାପତି ମାନେ ଯୋଗ ଦେବେ। ଏହି ବୈଠକ ରେ ଦଳର ଆଗାମୀ ସାଂଗଠାନିକ ପ୍ରକ୍ରିୟା ଓ ସଂଗଠନ ନିର୍ବାଚନ ବିଷୟରେ ମଧ୍ୟ ଆଲୋଚନା ହେବ।

ସୂଚନା ଅନୁସାରେ କଂଗ୍ରେସ ର ଆଉ ଏକ ବୈଠକ ମଧ୍ୟ ଜୁଲାଇ ୧୮ ତାରିଖ ରେ ଅନୁଷ୍ଠିତ ହେବ। ଏହି ବୈଠକ ରେ ସଂସଦର ଆଗାମୀ ଅଧିବେଶନ ପାଇଁ ଦଳର ରଣନୀତି କଣ ରହିବ ସେନେଇ ଆଲୋଚନା ହେବ ହେବ ।

Related Posts