ରାଷ୍ଟ୍ରପତି ନିର୍ବାଚନ ପରେ ମହାରାଷ୍ଟ୍ରରେ ନୂଆ କ୍ୟାବିନେଟ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରେ ନୂତନ ସରକାର ଗଠନ ପରେ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଭିତରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପ ର ଜଣେ ବିଧାୟକ ରାଷ୍ଟ୍ରପତି ନିର୍ବାଚନ ପରେ ନୂଆ କ୍ୟାବିନେଟ୍ ଗଠନ ହେବା ନେଇ ଇଶାରା ଦେଇଛନ୍ତି। ସିନ୍ଦେଙ୍କ କ୍ୟାମ୍ପର ବିଧାୟକ ଦୀପକ କେଶରକର ଗଣମାଧ୍ୟମ କୁ କହିଛନ୍ତି ଯେ ” ନୂଆ କ୍ୟାବିନେଟ୍ ଗଠନ ରେ କୌଣସି ଅସୁବିଧା ନାହିଁ। ଆସନ୍ତା ୧୩ ତାରିଖ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ରେ ଏକ ଜରୁରୀ ବୈଠକ ଅଛି। ଏହାପରେ ୧୪ ରେ NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଚାର ପାଇଁ ମହାରାଷ୍ଟ୍ର ଆସୁଛନ୍ତି। ୧୮ ରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଆସନ୍ତା ୧୬ ଓ ୧୭ ତାରିଖ ଏଥିପାଇଁ ପ୍ରସ୍ତୁତି କରାଯିବ”। ଏହି ସମୟରେ ସମସ୍ତେ ବ୍ୟସ୍ତ ରହିବେ କାହା ପାଖରେ ଶପଥ ଗ୍ରହଣ ସମାରୋହ ପାଇଁ ସମୟ ରହିବ ନାହିଁ। ଆପଣ ମାନେ ଅପେକ୍ଷା କରନ୍ତୁ ଆମେ କେହି ମନ୍ତ୍ରୀପଦ ପାଇଁ ଭୋକିଲା ନାହୁଁ ବୋଲି କେଶରକର୍ କହିଛନ୍ତି। ଏହି ମନ୍ତବ୍ୟ ପରେ ରାଷ୍ଟ୍ରପତି ନିର୍ବାଚନ ପରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ଆଶା କରାଯାଉଛି।

ତେବେ ଗତ ସପ୍ତାହ ରେ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ଯାଇ ବିଜେପି ର ଶୀର୍ଷ ନେତୃତ୍ବକୁ ଭେଟିବା ପରେ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Related Posts