ରାହୁଲଙ୍କ ସପକ୍ଷରେ ବାହାରିଲେ ପୀଡିତାଙ୍କ ମାଆ; କହିଲେ ଫୋଟ ଓ ଭିଡିଓ ପୋଷ୍ଟ କରିବାରେ କୌଣସି ଆପତ୍ତି ନାହିଁ

rahul gandhi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସପକ୍ଷରେ ବାହାରିଲେ ପୀଡିତାଙ୍କ ମାଆ । ତେବେ କିଛି ଦିନ ପୂର୍ବରୁ ଦିଲ୍ଲୀରେ ଜଣେ ଝିଅକୁ ବଳତ୍କାର ଓ ପରେ ହତ୍ୟା କରାଯାଇଥିଲା । ଏନେଇ ରାହୁଲ ଗାନ୍ଧି ପୀଡିତାଙ୍କ ପରିବାର ସହ ସାକ୍ଷାତ କରିଥିଲେ । ଏବଂ ଏହି ସାକ୍ଷାତକାରର ଏକ ଫୋଟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ । ଏହା ପରେ ଟ୍ୱିଟର ଇଣ୍ଡିଆ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । ଇତିମଧ୍ୟରେ ରାହୁଲଙ୍କର ସପକ୍ଷରେ ବାହାରିଛନ୍ତି ପୀଡିତାଙ୍କ ମାଆ । ସେ କହିଛନ୍ତି ରାହୁଲ ଗାନ୍ଧିଙ୍କର ଏପରି ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । ଅପରିକ୍ଷରେ ରାହୁଲ ଗାନ୍ଧି ଏହି ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଥିଲା ।

ଆସନ୍ତା ୨୭ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ ରାହୁଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସାହାଯ୍ୟରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ସେ ପୁଣିଥରେ ଇନଷ୍ଟାଗ୍ରାମରେ ପୀଡିତାଙ୍କର ପିତାମାତାଙ୍କ ସହ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ପୀଡିତାଙ୍କର ପିତାମାତାଙ୍କର ଚେହେରା ପୁରା ସ୍ପଷ୍ଟ ଭାବରେ ଜଣାପଡୁଛି । ଯାହାଫଳରେ ଏହି ଭିଡିଓଟି ଆଇନର ଉଲ୍ଲଘଂନ ବୋଲି କହିଛି ଆୟୋଗ । ଏହା ସହ ଏହି ଭିଡିଓ କିଶୋର ନ୍ୟାୟ ଆଇନ ଆକ୍ଟ ୨୦୧୫ ଏବଂ ଯୌନ ଅପରାଧ ଆଇନ ଓ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ନିୟମକୁ ଉଲ୍ଲଂଘନ କରୁଥିବାରୁ ରାହୁଲଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଆୟୋଗ ଫେସବୁକକୁ କହିଛି।

କେବଳ ଏତିକି ନୁହେଁ ବରଂ ଇନଷ୍ଟାଗ୍ରାମରୁ ଏହି ଭିଡିଓ ହଟାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିଛି ଯେ ବାଳିକା ଶିଶୁର ପିତାମାତାଙ୍କ ପରିଚୟ ପ୍ରକାଶ କରିବା କିଶୋର ନ୍ୟାୟ ଆଇନ ଆକ୍ଟ ଧାରା ୭୪, ପୋକସୋ ଆକ୍ଟର ଧାରା ୨୩ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୨୮ ଇ କୁ ଉଲ୍ଲଂଘନ କରୁଛି । ସେହିପରି ଟ୍ୱିଟରରେ ମଧ୍ୟ ଶିଶୁ ଆୟୋଗ ଆପତ୍ତି ଉଠାଇବା ପରେ ଟ୍ୱିଟର ଇଣ୍ଡିଆ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଛି ।

Related Posts