ସଂସଦରେ ଏବେ ସଭାପତି ଓ ଅଧ୍ୟକ୍ଷଙ୍କ ପଦ ସେତେଟା ନିରପେକ୍ଷ ନୁହେଁ : ପି ଚିଦାମ୍ବରମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସଂସଦର ଉଭୟ ସଦନର ସଭାପତିଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଚିଦାମ୍ବରମ୍ ଶୁକ୍ରବାର ଦିନ କହିଛନ୍ତି ଯେ ଉଭୟ ସଦନରେ ଅଧ୍ୟକ୍ଷ ଏବଂ ସଭାପତିଙ୍କ ପଦବୀ ଯେତିକି ନିରପେକ୍ଷ ରହିବା କଥା ସେତିକି ନିରପେକ୍ଷ ହେଉ ନାହିଁ। ଚିଦାମ୍ବରମ୍ କହିଛନ୍ତି ଯେ ରାଜ୍ୟସଭା ଅଧିବେଶନର ଶେଷ ଦିନରେ ଏଭଳି ଉତ୍ତେଜନା ଦେଖାଦେଇଥିଲା କାରଣ ସରକାର ଯାହା କହିଥିଲେ ତାହା ବିପରୀତ ଭାବେ ଲୁଚା ଛପାରେ ବିଧେୟକ ପାସ୍ କରିବାକୁ ଚେଷ୍ଟା କରୁଥିଲେ।

ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଚିଦାମ୍ବରମ୍ କହିଛନ୍ତି ଯେ ବିରୋଧୀ ଏକତା ଆଗକୁ ମଧ୍ୟ ଦେଖିବାକୁ ମିଳିବ। ଆଗକୁ ଆଲୋଚନା ଏବଂ ବୈଠକ ମାଧ୍ୟମରେ ସେ ଆଶା କରୁଛନ୍ତି ଯେ ବିରୋଧୀ ଏକତା ବଜାୟ ରହିବ। ଯାହା ଦ୍ବାରା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଯାଇପାରିବ।

ଜେନେରାଲ ଇନସୁରାନ୍ସ ବିଲ୍ ଉପରେ ସଂସଦରେ ବିବାଦ ଦେଖାଦେଇଥିଲା । ବିରୋଧୀମାନେ ଏହି ବିଲ୍ କୁ କଡା ବିରୋଧ କରୁଥିଲେ। ସୂଚନା ଥାଉକି ଏହି ବିଲ୍ ପାସ୍ ହେବା ପରେ ସମସ୍ତ ସାଧାରଣ ବୀମା କମ୍ପାନୀଗୁଡିକର ଘରୋଇକରଣ ପାଇଁ ରାସ୍ତା ଖୋଲିଯିବ । ବିରୋଧୀ କହିଛନ୍ତି ଯେ ଏହି ବିଲ୍ ସଂସଦର ସିଲେକ୍ଟ କମିଟି ନିକଟକୁ ପଠାଯିବା ଉଚିତ୍।

ଚିଦାମ୍ବରମ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ଅଭାବରୁ ଏହି ଅଧିବେଶନରେ ଏହି ବିଲ୍ ପାରିତ ହେବ ନାହିଁ ବୋଲି ସହମତି ପ୍ରକାଶ ପାଇଛି। କିନ୍ତୁ ସମ୍ବିଧାନ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ସରକାର ପାସ୍ କରିଥିବା ବେଳେ ଏହି ବିଲ୍ କୁ ଲୁଚାଛପା ଭାବେ ପାସ୍ କରିବାକୁ ତତ୍ପରତା ଦେଖାଇଲେ। ଏହି କାରଣରୁ ବିରୋଧୀ ଦଳ ମାନେ ହଙ୍ଗାମା କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ବୁଧବାର ଦିନ ଶେଷ ହୋଇଥିଲା। ଯେତେବେଳେ ରାଜ୍ୟସଭା ସ୍ଥଗିତ ଘୋଷଣା ହେବାକୁ ଯାଉଥିଲା, ବିରୋଧୀ ମାର୍ଶଲଙ୍କ ସହ ସାଂସଦମାନଙ୍କ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ସାଂସଦମାନେ ଚେୟାର ଏବଂ ଟ୍ରେଜେରୀ ବେଞ୍ଚ ଆଡକୁ ଯାଉଥିଲେ ସେତେବେଳେ ମାର୍ଶାଲଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀ ଦଳର ସାଂସଦମାନେ କହିଛନ୍ତି ଯେ ସରକାର ପେଗାସସ୍ ଗୁପ୍ତଚର ତଥା ବିବାଦୀୟ କୃଷି ଆଇନ ଉପରେ ଆଲୋଚନାରୁ ଏଡାଇ ଯାଇଥିଲେ।

Related Posts