କଂସର ବଂଶଧରମାନଙ୍କୁ ଶେଷ କରିବା ପାଇଁ ଭଗବାନ ମୋତେ ପଠାଇଛନ୍ତି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଗୁଜୁରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ ଏକଥା କହିଛନ୍ତି । ଗୁଜୁରାଟ ଗସ୍ତ ଅବସରରେ ସେ କହିଛନ୍ତି ଯେ, ଭଗବାନ ତାଙ୍କୁ ଏକ ସ୍ବତନ୍ତ୍ର ଦାୟିତ୍ବ ଦେଇ ପଠାଇଛନ୍ତି। କଂସର ବଂଶଧରମାନଙ୍କୁ ଶେଷ କରିବା ଓ ଦୁର୍ନୀତି ଓ ଦଙ୍ଗାକାରୀଙ୍କୁ ଲୋପ କରିବା ପାଇଁ ଭଗବାନ ତାଙ୍କୁ ପଠାଇଥିବା ସେ କହିଛନ୍ତି ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଇଶ୍ବରଙ୍କ ଇଚ୍ଛା ପୂରଣ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ | ଭଗବାନ ମୋ ସହିତ ଅଛନ୍ତି । ଲୋକମାନେ ବି ମୋ ସହିତ ଅଛନ୍ତି । ଲୋକମାନେ ଏବେ ଗୁଜୁରାଟରେ ଏକ ପରିବର୍ତ୍ତନ ଚାହୁଁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ସରକାରରେ ଥିବା ଲୋକମାନେ ଏତେ ବିବ୍ରତ ଅଛନ୍ତି ବୋଲି ଗୁଜୁରାଟ ଗସ୍ତ ଅବସରରେ କେଜ୍ରିୱାଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେଜ୍ରିୱାଲଙ୍କୁ ହିନ୍ଦୁ ବିରୋଧୀ ବୋଲି କହିଥିବା ଏବଂ ତାଙ୍କୁ ଗୋଲ୍ ଟୋପି ପିନ୍ଧିଥିବା ପୋଷ୍ଟର ଶନିବାର ଅହମ୍ମଦାବାଦ, ରାଜକୋଟ, ସୁରଟ୍ ଏବଂ ଭଦୋଦରା ସହରରେ ଦେଖାଦେଇଛି । ତେବେ ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ‘ହିନ୍ଦୁ ବିରୋଧୀ’ ବିବୃତ୍ତିକୁ ନେଇ ବିବାଦ ଉଠିବା ପରେ ବିଜେପି ଏହାକୁ ବିରୋଧ କରି କେଜ୍ରିୱାଲଙ୍କ ଏଭଳି ପୋଷ୍ଟର ଲଗାଇଥିବା ଅଭିଯୋଗ ହୋଇଛି। ଏହି ପୋଷ୍ଟର ଲାଗିବା ପରେ କେଜ୍ରିଓ୍ବାଲଙ୍କ ଏହି ବୟାନ ଆସିଛି ।

Related Posts