ନୋଟରେ ଗାନ୍ଧି ବଦଳରେ ଲକ୍ଷ୍ମୀଙ୍କ ଫଟୋ ରଖାଯାଉ-ସ୍ବାମୀ

ସତ୍ୟପାଠ ବ୍ୟୁରୋ (ଭୁବନେଶ୍ବର): ବିଜେପି ରାଜ୍ୟସଭା ସାଂସଦ ତଥା ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ବାମୀଙ୍କ ନୂଆ ଅର୍ଥନୀତି ଥିଓରି । ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ଦେବେ ମାଆ ଲକ୍ଷ୍ମୀ । ଅର୍ଥନୀତି ଓ ଟଙ୍କାର ମୂଲ୍ୟ ସୁଧାରିବାକୁ ଯାଇ ସ୍ବାମୀ କହିଛନ୍ତି ଯେ ନୋଟ୍‌ରେ ଗାନ୍ଧିଙ୍କ ଫଟୋ ପରିବର୍ତ୍ତେ ମା’ ଲକ୍ଷ୍ମୀଙ୍କ ଫଟୋ ରଖାଯାଉ । ମଧ୍ୟପ୍ରଦେଶରେ ଏକ ସମାରୋହରେ ଯୋଗଦେଇ ସ୍ବାମୀ ଇଣ୍ଡୋନେସିଆର ମୁଦ୍ରାରେ ଗଣେଷଙ୍କ ଚିତ୍ର ରହିଛି ବୋଲି କହିଥିଲେ। ଗଣେଷ ବିଘ୍ନ ବିନାଶକ ହୋଇଥିବାରୁ ଇଣ୍ଡୋନେସିଆର ଅର୍ଥନୀତିରେ ଦେଖାଯାଉଥିବା ସମସ୍ୟାରେ ସୁଧାର ଆସିପାରିଛି । ଇଣ୍ଡୋନେସିଆ ଏକ ଇସଲାମିକ୍ ରାଷ୍ଟ୍ର ହୋଇଥିବା ବେଳେ ଯଦି ନୋଟରେ ହିନ୍ଦୁ ଦେବତାଙ୍କ ଫଟୋ ରହିପାରୁଛି ତେବେ ଭାରତ ପରି ଏକ ହିନ୍ଦୁ ରାଷ୍ଟ୍ରରେ କାହିଁକି ଲକ୍ଷ୍ମୀଙ୍କ ଚିତ୍ର ରହିପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁବ୍ରମଣୀୟମ କହିଛନ୍ତି ।

ଏ ସଙ୍କ୍ରାନ୍ତରେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବାକୁ ସେ ଦାବି କରିଛନ୍ତି । କିଛିଦିନ ତଳେ ଜେଏନୟୁକୁ ଦୁଇବର୍ଷ ପାଇଁ ବନ୍ଦ କରିବା ପ୍ରସ୍ତାବ ଦେଇ ବିବାଦ ସୃଷ୍ଟି କରିଥିବା ସ୍ବାମୀ ପୁଣି ନୋଟରେ ଲକ୍ଷ୍ମୀଙ୍କ ଚିତ୍ର ରଖିବାର ପ୍ରସ୍ତାବ ଦେଇ ପୁନର୍ବାର ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି ।

Related Posts